ମୁମ୍ବାଇ: ଭାରତୀୟ ଟେଷ୍ଟ ଦଳ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ସେ ଏବେ ଏନ୍ସିଏ (ଜାତୀୟ କ୍ରିକେଟ୍ ଏକାଡେମୀ) ମୁଖ୍ୟ ରାହୁଲ ଦ୍ରାବିଡ଼ଙ୍କ ଅଧିନରେ ପ୍ରସ୍ତୁତି କରୁଛନ୍ତି । ଆସନ୍ତା ଅଗଷ୍ଟ ୨୨ତାରିଖରୁ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ ଆରମ୍ଭ ହେବାକୁ ଥିବାବେଳେ ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ରାହାଣେ କାବ୍ର (ବେଙ୍ଗଲ କ୍ରିକେଟ୍ ସଂଘ) ବାର୍ଷିକ ଉତ୍ସବରେ ଯୋଗଦେଇ କହିଛନ୍ତି, ଏବେ ମୁମ୍ବାଇରେ ବର୍ଷା ଜାରି ରହିଛି । ତେଣୁ ମୁଁ ଏନ୍ସିଏରେ ଅଭ୍ୟାସ କରୁଛି । ଦ୍ରାବିଡ଼ ସାର୍ ମୋ ପ୍ରସ୍ତୁତି ସହଯୋଗ କରୁଛନ୍ତି । ୱେଷ୍ଟଇଣ୍ଡିଜ୍ ସିରିଜ୍ ସହ ଆମର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଅଭିଯାନ ଆରମ୍ଭ ହେଉଛି । ତେଣୁ ମୁଁ ଫିଟ୍ନେସ୍ ଉପରେ ଅଧିକ ଗୁରୁତ୍ୱ ଦେଉଛି । ଖାସ୍କରି ମୋ ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟରେ ରହିଛି । ଦଳର ୪ନଂ ସ୍ଥାନ ସବୁବେଳେ ଗୁରୁତ୍ୱପୂର୍ଣ୍ଣ । ମୋତେ ଏହି ସ୍ଥାନରେ ବ୍ୟାଟିଂ କରିବାକୁ ଭଲ ଲାଗେ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ଆମ ପାଇଁ ଚ୍ୟାଲେଞ୍ଜଭରା ରହିବ । ଏହି ଦଳକୁ ଆକଳନ କରିବା କଷ୍ଟ । ତେଣୁ ଆମେ ୱେଷ୍ଟଇଣ୍ଡିଜ୍କୁ ଦୁର୍ବଳ ଭାବି ଖେଳିବା ଠିକ୍ ହେବନି । ଟେଷ୍ଟ ସିରିଜ୍ରେ ୱେଷ୍ଟଇଣ୍ଡିଜ୍ ଦଳ ଆମକୁ କଡ଼ା ଟକ୍କର ଦେବ ।’
Comments are closed, but trackbacks and pingbacks are open.