ନୂଆଦିଲ୍ଲୀ: ଭାରତର ଯୁବ ପେସ୍ ବୋଲର ନବଦୀପ ସୈନି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-ଟ୍ୱେଣ୍ଟି କ୍ରିକେଟରେ ପଦାର୍ପଣ କରିବା ସହ ନିଜ ଚମକ ଦେଖାଇଛନ୍ତି । ପ୍ରଥମ ଟି-ଟ୍ୱେଣ୍ଟିରେ ସେ ମାତ୍ର ୧୭ ରନ୍ ଦେଇ ୩ଟି ମୂଲ୍ୟବାନ ୱିକେଟ୍ ନେଇଥିଲେ । ସୈନିଙ୍କ ଦମ୍ଦାର ପ୍ରଦର୍ଶନ ପରେ ପୂର୍ବତନ ଓପନର ଗୌତମ ଗମ୍ଭୀର ଡିଡିସିଏର (ଦିଲ୍ଲୀ ଜିଲା କ୍ରିକେଟ୍ ସଂଘ) ପୂର୍ବତନ ସଦସ୍ୟ ବିଶନ ସିଂହ ବେଦି ଓ ଚେତନ ଚୌହାନଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଉଭୟ ସୈନିଙ୍କୁ ଦିଲ୍ଲୀ ରଣଜୀ ଦଳରେ ସାମିଲ କରାଯିବାକୁ ବିରୋଧ କରିଥିଲେ ।
ଗମ୍ଭୀର କହିଛନ୍ତି, ପୂର୍ବରୁ ମୁଁ ସୈନିଙ୍କୁ ଦିଲ୍ଲୀ ଦଳରେ ସାମିଲ କରିବା ପାଇଁ ଇଚ୍ଛା କରିଥିଲି । ସେତେବେଳେ ବେଦି ଓ ଚେତନ ଏହାକୁ ବିରୋଧ କରିଥିଲେ । ସେ ହରିୟାନା ବାସିନ୍ଦା ହୋଇଥିବାରୁ ସେମାନେ ଏଭଳି କରିଥିଲେ । ସୈନି ଏବେ ଭାରତ ପକ୍ଷରୁ ପଦାର୍ପଣ କରିଛନ୍ତି । ସେଥିପାଇଁ ମୁଁ ଉଭୟଙ୍କୁ ସମବେଦନା ଜଣାଉଛି । ମୋ ମତରେ ସୈନି ଯେତେବେଳେ ପ୍ରଥମ ୱିକେଟ୍ ନେଲେ ତା’ହା ବେଦି ଓ ଚେତନଙ୍କର ଥିଲା । ସେ ଉଭୟଙ୍କ ମିଡଲ୍ ଷ୍ଟମ୍ପ ଉପାଡ଼ି ଦେଇଥିଲେ । ଉଭୟଙ୍କ ପୂର୍ବ କାରନାମା ଲଜ୍ଜାଜନକ ଲଜ୍ଜାଜନକ ।’
Comments are closed, but trackbacks and pingbacks are open.