ଗିବସନଙ୍କୁ କୋଚ୍ ପଦରୁ ବିଦା କଲା ଦ.ଆଫ୍ରିକା

Get real time updates directly on you device, subscribe now.

କ୍ୟାପ୍ ଟାଉନ୍: ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକାର ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସିଏସ୍ଏ (ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ଼) କୋଚିଂ ଷ୍ଟାଫ୍ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ସିଏସ୍ଏ ମୁଖ୍ୟ କୋଚ୍ ଓଟିସ୍ ଗିବସନ୍ଙ୍କ ସମେତ ସମସ୍ତ ସହକାରୀ କୋଚ୍ ଓ ଷ୍ଟାଫ୍ଙ୍କ ସହ ପୁନଃଚୁକ୍ତି କରିବାକୁ ମନା କରି ଦେଇଛି । ମୁଖ୍ୟ କୋଚ୍ ପରିବର୍ତ୍ତେ ଜଣେ ଟିମ୍ ମ୍ୟାନେଜର ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛି । ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ମାତ୍ର ୩ଟି ଲିଗ୍ ଜିତିଥିବାବେଳେ ସେମି ଫାଇନାଲ୍କୁ ଯୋଗ୍ୟତା ହାସଲ କରିବାରେ ବିଫଳ ରହିଥିଲା ।
ସିଏସ୍ଏ ପକ୍ଷରୁ କୁହାଯାଇଛି ଯେ, ଦକ୍ଷିଣ ଆଫ୍ରିକା ଦଳରେ ବର୍ତ୍ତମାନ କାର୍ଯ୍ୟରତ ଥିବା ସମସ୍ତ କୋଚ୍ ଓ ଷ୍ଟାଫ୍ଙ୍କୁ ପୁନଃଚୁକ୍ତିରୁ ବାଦ୍ ଦିଆଯାଇଛି । ଆମେ ଖୁବଶୀଘ୍ର ଜଣେ ଟିମ୍ ମ୍ୟାନେଜର ନିଯୁକ୍ତ କରିବୁ । ଯିଏକି ନିଜେ କୋଚିଂ ଷ୍ଟାଫ୍ଙ୍କ ସମେତ ୩ଟି ଫର୍ମାଟ ପାଇଁ ଅଧିନାୟକ ଚୟନ କରିବେ । ମେଡିକାଲ ଷ୍ଟାଫ୍ ଓ ପ୍ରଶାସକ କମିଟି ସଦସ୍ୟ ମଧ୍ୟ ତାଙ୍କୁ ରିପୋର୍ଟ ପ୍ରଦାନ କରିବେ । ଟିମ୍ ମ୍ୟାନଜର ସିଏସ୍ଏର କାର୍ଯ୍ୟକାରୀ ନିର୍ଦ୍ଦେଷକ କୋରି ଭାନ୍ ଜିଲଙ୍କୁ ରିପୋର୍ଟ କରିବେ । ୟୁରୋପିଆନ୍ ଫୁଟ୍ବଲ କ୍ଲବ୍ ଢାଞ୍ଚା ଭଳି ଆମେ ଟିମ୍ ମ୍ୟାନେଜର ନିଯୁକ୍ତ କରିବାକୁ ସ୍ଥିର କରିଛୁ । ନୂଆ ମ୍ୟାନେଜର ନିଯୁକ୍ତ ହେବା ପର୍ଯ୍ୟନ୍ତ ଜିଲ୍ କାମଚଳା ଦାୟିତ୍ୱ ସମ୍ଭାଳିବେ ।’ ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଆଗାମୀ ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ ଭାରତ ଗସ୍ତ କରି ୩ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons