୩୭୦ ଧାରା ଉଚ୍ଛେଦକୁ ସମର୍ଥନ ଦେଲା ବିଜେଡି,ଦେଶ ଆମ ପାଇଁ ପ୍ରଥମ: ପ୍ରସନ୍ନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଜାମ୍ମୁ କାଶ୍ମୀର ବିଭାଜନ ସହ ୩୭୦ ଧାରା ଉଚ୍ଛେଦ ସଂପର୍କରେ ରାଜ୍ୟସଭାରେ ଆଗତ ସଂକଳ୍ପକୁ ପୂର୍ଣ୍ଣ ସମର୍ଥନ ଜଣାଇଛି ବିଜୁ ଜନତା ଦଳ । ଦଳ ପକ୍ଷରୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏ ସଂକଳ୍ପ ସପକ୍ଷରେ ଦଳର ସମର୍ଥନ ଜଣାଇ କହିଲେ, ଦେଶର ଏକତା, ସଂହତି ଓ ସୁରକ୍ଷା ହେଉଛି ଆଗ । ଆଜିଠାରୁ ହିଁ ଜମ୍ମୁ କାଶ୍ମୀର ପ୍ରକୃତରେ ଭାରତର ଅଭିନ୍ନ ଅଙ୍ଗ ହୋଇପାରିଛି । ଜାମ୍ମୁ ଓ କାଶ୍ମୀରରେ ଦେଶର ସମ୍ବିଧାନ ଲାଗୁ ହୋଇପାରୁନଥିଲା । ଭାରତର ନାଗରିକ ସେଠାରେ ଜମି କିଣି ପାରୁନଥିଲେ । ଏହା ସତ୍ତେ୍ୱ ଜାମ୍ମୁ କାଶ୍ମୀର ଭାରତର ଅଙ୍ଗ ବୋଲି କୁହାଯାଉଛି । ଆମେ ଆଞ୍ଚଳିକ ଦଳ ହୋଇଥିଲେ ମଧ୍ୟ ଆମ ପାଇଁ ଦେଶ ହେଉଛି ପ୍ରଥମ । ଆମ ପାଇଁ ଭାରତ ମାତା ବଡ଼ । କେନ୍ଦ୍ରର ଏ ପଦକ୍ଷେପ ପାଇଁ ଦଳ ପକ୍ଷରୁ ମୁଁ ଗୃହ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ।
ଜାମ୍ମୁ କାଶ୍ମୀରକୁ ଦେଶର ମୁଖ୍ୟଧାରା ସହ ଯୋଡ଼ିବାକୁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ସମର୍ଥନ କରି ଶ୍ରୀ ଆଚାର୍ଯ୍ୟ କହିଲେ, ଯେଉଁ ଦିନ ପାକ୍ ଅଧିକୃତ କାଶ୍ମୀର ଭାରତର ଅଙ୍ଗ ହୋଇଯିବ, ସେ ଦିନ ସମଗ୍ର ଦେଶ ଏ ସରକାରଙ୍କୁ ଶୁଭେଛା ଜଣାଇବ । ଭାରତର ୧୩୦ କୋଟି ଲୋକ ଏ ଦିନକୁ ଅପେକ୍ଷା କରିଛନ୍ତି । ସେ କହିଲେ, କାଶ୍ମୀର ପାଇଁ ଆମେ ବହୁତ ଲୁହ ଗଡ଼ାଉଛେ । କାଶ୍ମୀର ପ୍ରତି ବହୁ ଲୋକ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି । ମାତ୍ର କାଶ୍ମୀର ପଣ୍ଡିତଙ୍କ ବିଷୟରେ ସେମାନେ ବି ଚିନ୍ତା କରିବା ଦରକାର । ୭୦ ବର୍ଷ ହେବ କାଶ୍ମୀର ପଣ୍ଡିତମାନଙ୍କ ସଂପର୍କରେ ସେମାନେ ଭାବିଛନ୍ତି କି ବୋଲି ପ୍ରସନ୍ନ ପାଲଟା ପ୍ରଶ୍ନ କରିଥିଲେ । ସେ କହିଲେ, ଆଜି ଗୃହରେ ଆଲୋଚନାର ମାହୋଲ ଥିଲେ ବହୁ ବିଷୟ ସାମ୍ନାକ୍ୁ ଆସିଥାଆନ୍ତା । ସ୍ୱତନ୍ତ୍ର ପାହ୍ୟା ସମାନ୍ତ ହେଲେ ସେଠାରେ ଲୋକମାନେ ଅତ୍ୟାଚାରରୁ ମୁକ୍ତି ପାଇବେ । ଏବେ ସେଠାରେ ସ୍ଥିତି ବଦଳିବ ବୋଲି ଆଶା ପ୍ରକଟ କରି ପ୍ରସନ୍ନ କହିଲେ, ଦେଶର ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ମୋ ଦଳ ଏ ସଂକଳ୍ପକୁ ସମର୍ଥନ ଜଣାଉଛି ।
ଆଲୋଚନାରେ ସାଂସଦ ଅମର ପ;ନାୟକ ଅଂଶଗ୍ରହଣ କରି କହିଲେ, କେନ୍ଦ୍ରର ପ୍ରସ୍ତାବ ଯୁକ୍ତିଯୁକ୍ତ ଓ ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକ ଥିଲା । ଏ ୩୭୦ ଧାରା ଉଚ୍ଛେଦ ପରେ ଜାମ୍ମୁ କାଶ୍ମୀର ବାସ୍ତବରେ ଦେଶର ଅତୁଟ ଅଙ୍ଗ ହେବ । ଜାମ୍ମୁ ଓ କାଶ୍ମୀରରେ ବାସ କରୁଥିବା ଲୋକମାନଙ୍କ ପାଇଁ ନୂଆ ସମ୍ଭାବନା ତିଆରି ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons