ଓଏଏସ ସ୍ତରରେ ଅଦଳବଦଳ

Get real time updates directly on you device, subscribe now.

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଏକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ଅଫିସର ମୁରଲୀଧର ମଲ୍ଲିକଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବାବେଳେ ଶୁଭକାନ୍ତ ମିଶ୍ରଙ୍କୁ ବୋର୍ଡ ଅଫ ରେଭନ୍ୟୁର ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜିନାଲ କୋର୍ଟରେ ଅତିରିକ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଛି।
ସେହିପରି ବରିଷ୍ଠ ଓଏଏସ୍ ଜୟନ୍ତ ଷଡ଼ଙ୍ଗୀଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇ ଓଡ଼ିଆ ବିଶ୍ୱବିଦ୍ୟାଳୟର ଓଏସଡି ରୂପେ ନିଯୁକ୍ତି ଦିଆଯାଇଛି। ସେହିପରି ମିର୍ଦ୍ଧା ଟପୋଙ୍କୁ ବରଗଡ଼ର ଅତିରିକ୍ତ ଜିଲ୍ଲାପାଳ, ବିନୟ କୁମାର ଦାଶଙ୍କୁ ପୁରୀ ଅତିରିକ୍ତ ଜିଲ୍ଲାପାଳ(ଆରଆଣ୍ଡଆର), ଅନାମ ଚରଣ ପାତ୍ରଙ୍କୁ ଗଞ୍ଜାମ ଆରଆଇସି ଜେନେରାଲ ମ୍ୟାନେଜର, ସୂର‌୍ୟମାଧବ ପାଣିଗ୍ରାହୀଙ୍କୁ ବ୍ରହ୍ମପୁରସ୍ଥିତ ଗଞ୍ଜାମ-କୋରାପୁଟ ପ୍ରମୁଖ ବନ୍ଦୋବସ୍ତ କାର‌୍ୟାଳୟରେ ଅତିରିକ୍ତ କମିଶନର, ବ୍ରହ୍ମାନନ୍ଦ ବେହେରାଙ୍କୁ ରାଜସ୍ୱ ପର୍ଷଦ କାର‌୍ୟାଳୟର ଯୁଗ୍ମ ସଚିବ, ପ୍ରଦୀପ କୁମାର ସାହୁଙ୍କୁ ପୁରୀ ଅତିରିକ୍ତ ଜିଲ୍ଲାପାଳ, ଅଞ୍ଜାଲିନା ପ୍ରଧାନଙ୍କୁ ବୁର୍ଲା ବଡ଼ ମେଡିକାଲର ପ୍ରଶାସନିକ ଅଧିକାରୀ, ବସନ୍ତ କୁମାର ହୋତାଙ୍କୁ ଗୃହ ବିଭାଗର ଉପସଚିବ ଏବଂ ସୁମିତା ସିଂହଙ୍କୁ କଟକସ୍ଥିତ ଶିଶୁଭବନର ପ୍ରଶାସନିକ ଅଫିସର ଭାବେ ବଦଳି କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons