ଦୋଇକାଲୁ-ଅମ୍ବାଦଳା ରେଳ ଧାରଣା ମରାମତି ପ୍ରସଙ୍ଗ :୩ ଟ୍ରେନ୍ ସମ୍ପୂର୍ଣ୍ଣ, ୩ ଆଂଶିକ ବାତିଲ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ଦୋଇକାଲୁ-ଅମ୍ବାଦଳା ରେଳ ଧାରଣା ମରାମତି ସରିଥିଲେ ମଧ୍ୟ ରେଳ ଚଳାଚଳ ସମ୍ପୂର୍ଣ୍ଣ ସ୍ୱାଭାବିକ ହୋଇନାହିଁ । ରେଳ ବିଭାଗ ପକ୍ଷରୁ ଏହି ରୁଟ୍ରେ ୨୪ ଘଣ୍ଟା ତଦାରଖ କରାଯାଉଥିବା ବେଳେ ଟ୍ରେନଗୁଡ଼ିକ ଘଣ୍ଟା ପ୍ରତି ମାତ୍ର ୧୦ କିଲୋମିଟର୍ ବେଗରେ ଚାଲୁଛନ୍ତି । ଏପରିକି ଟ୍ରେନ୍ ଚଳାଚଳ ସଂଖ୍ୟା କମ୍ କରିବାକୁ କୁହାଯାଇଛି । ଫଳରେ ଟିଟିଲାଗଡ଼-ରାୟଗଡ଼ା ରୁଟ୍ରେ ଚାଲୁଥିବା ୩ଟି ଟ୍ରେନକୁ ସମ୍ପୂର୍ଣ୍ଣ ଓ ୩ଟିକୁ ଆଂଶିକ ବାତିଲ କରାଯାଇଛି ।
ବିଶାଖାପାଟଣା-ଦୁର୍ଗ ପାସେଞ୍ଜରକୁ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ କରାଯାଇଛି । ଅପରପକ୍ଷେ ସମ୍ବଲପୁର-କୋରାପୁଟ ପାସେଞ୍ଜର ଓ ସମ୍ବଲପୁର-ଜୁନାଗଡ଼ ରୋଡ୍ ପାସେଞ୍ଜରକୁ ମଧ୍ୟ ୧୩ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ କରାଯାଇଛି । ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟିକୁ ଉଭୟ ଦିଗରୁ ଟିଟଲାଗଡ଼ରୁ ରାୟଗଡ଼ା ମଧ୍ୟରେ ବାତିଲ କରାଯାଇଛି । ଯାହା ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରରୁ ଟିଟିଲାଗଡ଼ ମଧ୍ୟରେ ଚଳାଚଳ କରିବ ।
ରାଇପୁର-ବିଶାଖାପାଟଣା ପାସେଞ୍ଜର ରାୟଗଡ଼ାରୁ ଟିଟିଲାଗଡ଼ ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ । ଆସନ୍ତା ୧୧ ତାରିଖରେ ଜଗଦଳପୁରରୁ ଛାଡ଼ିବାକୁ ଥିବା ଜଗଦଳପୁର-ହାୱଡ଼ା ସମଲେଶ୍ୱରୀ ଏକ୍ସପ୍ରେସ୍ ସମ୍ବଲପୁରରୁ ଛାଡ଼ିବ । ଯାହା ଜଗଦଳପୁରରୁ ସମ୍ବଲପୁର ମଧ୍ୟରେ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons