ଦଶହରାରେ ରିଲିଜ୍:ବାୟୋପିକ୍ ‘ବାବୁ ଭାଇଜାନ’ରେ ବାଲେଶ୍ୱର ବାବୁ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଦିନ ଥିଲା ପିନ୍ଧିବା ପାଇଁ ତାଙ୍କ ପାଖରେ କପଡ଼ା ନଥିଲା । ସ୍କୁଲରେ ମିଳୁଥିବା ମକା ଖିରି ଖାଇବାକୁ ଲାଇନ୍ରେ ଛିଡ଼ା ହେଉଥିଲେ । ଯେଉଁ ବୟସରେ ଖଡ଼ି ସିଲଟ ଧରିବା କଥା ସେଇ ବୟସରେ କଇଁଚି-କପଡ଼ା ଧରିଥିଲେ । ଆଜି ସେ ଦିଲ୍ଲୀର ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି । ଏ କାହାଣୀ ଗପ ଲାଗୁଥିଲେ ବି ସତ । ବାଲେଶ୍ୱରର ଅବଦୁଲ୍ ଅମିନ୍ ଖାନ୍ଙ୍କ ଏଭଳି ଏକ ସଂଘର୍ଷମୟ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି ଓଡ଼ିଆ ବାୟୋପିକ୍ ଚଳଚ୍ଚିତ୍ର ‘ବାବୁ ଭାଇଜାନ୍’ ।
ଖ୍ୱାଜା ଗରିବ୍ ନୱାଜ୍ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମର ପ୍ରମୁଖ ଭୂମିକରେ ଅଛନ୍ତି ଓଲିଉଡର ଭାଇଜାନ୍ ଅରିନ୍ଦମ । ଯିଏ ବାବୁ ଭାଇଜାନର ଚରିତ୍ର କରୁଥିବାବେଳେ ପରଦାରେ ତାଙ୍କ ନାୟିକା ସାଜିଛନ୍ତି ଶିବାନୀ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀତମ୍, ବବି ମିଶ୍ର, ମିହିର ଦାସ, ଚୌଧୁରୀ ବିକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଦୀପକ ମିଶ୍ର, ରବି ମିଶ୍ର, ପୁଷ୍ପା ପଣ୍ଡା, ସୋମା ହୋତା, ବିଦୁସ୍ମିତା, ସୁରେଶ ମିଶ୍ର, ସନ୍ତୋଷ ନାରାୟଣ ଓ ତାପସ ସରଘରିଆ ରହିଛନ୍ତି । ଗତକାଲି ଭୁବନେଶ୍ୱରରେ ମହୁରତ ସରି ଶୁଟିଂ ଆରମ୍ଭ ହୋଇଥିବାବେଳେ ଆସନ୍ତା ଦଶହରାରେ ଚଳଚ୍ଚିତ୍ରଟି ଶୁଭମୁକ୍ତି କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ସୂଚନା ଦିଆଯାଇଛି ।
ସିନେମାର ପ୍ରଯୋଜନା, କାହାଣୀ ସାଙ୍ଗକୁ ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ସନ୍ତୋଷ ନାରାୟଣ ଦାସ । ସଂଳାପ ଲେଖିଛନ୍ତି ସନ୍ତୋଷ ନାରାୟଣ, ଦେବୀଦତ୍ତ ମହାନ୍ତି ଓ ସଞ୍ଜୟ ମହାକୁଳ । ନିର୍ଦ୍ଦେଶନା ଦେଉଛନ୍ତି ତାପସ ସରଘରିଆ । କ୍ୟାମେରାରେ ରବୀନ୍ଦ୍ର ବେହେରା ଥିବାବେଳେ ସମ୍ପାଦନା ଦାୟିତ୍ୱ ମିଳିଛି ରଜେଶ ଦାଶଙ୍କୁ । କୋରିଓଗ୍ରାଫିରେ ଗିରିଶ ମହାନ୍ତି, ସଙ୍ଗୀତରେ ମଳୟ ମିଶ୍ର ସହଯୋଗ କରିବ । ଗୀତ ଲେଖିଛନ୍ତି ଅରୁଣ ମନ୍ତ୍ରୀ, ପଞ୍ଚାନନ ନାୟକ, ନିର୍ମଳ ନାୟକ, ଦେବୀଦତ୍ତ ମହାନ୍ତି । ଗୀତଗୁଡ଼ିକୁ ଗାଇବେ ବଲିଉଡର ଶାନ୍ ଓ ଅଭିଜିତ ଏବଂ ଓଲିଉଡର ଈରା ମହାନ୍ତି ଓ ସଂଗ୍ରାମ । ପୋଷାକରେ ସୁବାସ, ରୂପସଜ୍ଜାରେ ରାଜୁ, କଳା ନିର୍ଦ୍ଦେଶନାରେ ସୁରେନ୍ଦ୍ର ସେଠୀ ଥିବାବେଳେ ପ୍ରଡକ୍ସନ ଦାୟିତ୍ୱ ବୁଛିବେ ପରିଚାଳକ ବାବୁଲି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons