ସୂର୍ଯ୍ୟମନ୍ଦିର ଟୋକନ୍ ନପାଇ ଫେରିଲେ ପର୍ଯ୍ୟଟକ

Get real time updates directly on you device, subscribe now.

କୋଣାର୍କ,(ବି.ବି.ନ୍ୟୁଜ୍): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରରେଅତ୍ୟାଧୁନିକ ପ୍ରବେଶ ଓ ପ୍ରସ୍ଥାନ ପଥ(ଟର୍ଣ୍ଣ ଷ୍ଟାଇଲ ଗେଟ୍) କାର୍ଯ୍ୟକ୍ଷମ ହେବା ଦିନରୁ ଚର୍ଚ୍ଚାରେ ରହିଆସିଛି ।ଆଜି ରବିବାର ଥିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ବୁଲିବାକୁଆସିଥିଲେ । ତେବେ ଟୋକନ ନପାଇ ନିରାଶ ମନରେ ଫେରିଥିଲେ । ଟୋକନ୍ ପାଇବା ପାଇଁ ଖରାରେ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଛିଡ଼ା ହୋଇଥିଲେ । ଏହା ସତ୍ତେ୍ୱ ଟୋକନ୍ ପାଇ ନଥିଲେ । ଦୂରଦୂରାନ୍ତରୁଆସିଥିବା ପର୍ଯ୍ୟଟକମାନେ ଏ ନେଇ ଘୋରଅସନ୍ତୋଷ ପ୍ରକାଶ କରିଥିଲେ । ଏଏସ୍ଆଇର ଚରମଅବହେଳା ଯୋଗୁ ସେମାନେ ଟୋକନ୍ ପାଇଁ ଖରାରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବା ସତ୍ତେ୍ୱ ସୂର୍ଯ୍ୟମନ୍ଦିର ବୁଲି ପାରି ନଥିବା ପର୍ଯ୍ୟଟକମାନେଅଭିଯୋଗ କରିଛନ୍ତି ।ଆଜି ପ୍ରାୟ ଦୁଇ ହଜାରରୁଅଧିକ ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ଦେଖିବାରୁ ବଞ୍ôଚତ ହୋଇଥିବାଅଭିଯୋଗ ହୋଇଛି ।ଅଧିକ କାଉଣ୍ଟର ଓ ଟୋକନ୍ ପରିବର୍ତ୍ତେଅନ୍ୟ ବିକଳ୍ପ ବ୍ୟବସ୍ଥା କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ପ୍ରକାଶ ଯେ ଟୋକନ୍ ନମିଳିଲେ ପର୍ଯ୍ୟଟକମାନଙ୍କୁଅନ୍ଲାଇନ୍ରେ ଟିକେଟ ପ୍ରଦାନ କରିବାକୁ ବ୍ୟବସ୍ଥା ଥିଲେ ମଧ୍ୟଆଜି ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରା ଯାଇ ନଥିବାଅଭିଯୋଗ ହୋଇଛି । ଗତ ଜାନୁଆରୀ ୨ ତାରିଖରେ ପ୍ରାୟ ୫ହଜାରରୁଅଧିକ ପର୍ଯ୍ୟଟକ ଟୋକନ୍ ନପାଇ ସୂର୍ଯ୍ୟମନ୍ଦିର ଦେଖିବାରୁ ବଞ୍ôଚତ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ପର୍ଯ୍ୟଟକମାନେ ଏଭଳିଅସୁବିଧାର ସମ୍ମୁଖୀନ ହୋଇ ନିରାଶରେ ଫେରିଛନ୍ତି ।
ରବିବାର ସକାଳ ୯ଟାରୁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା । ପ୍ରବେଶ ଟୋକନ୍ ନେବା ପାଇଁ ପର୍ଯ୍ୟଟକମାନେ କାଉଣ୍ଟର ସମ୍ମୁଖରେ ଲମ୍ବା ଲାଇନ୍ରେ ଛିଡ଼ା ହୋଇଥିଲେ । ତେବେ ପର୍ଯ୍ୟାପ୍ତ ପରିମାଣରେ ଟୋକନ୍ ନଥିବାରୁ ପର୍ଯ୍ୟଟକଙ୍କୁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ପଡିଥିଲା । ଏହି ସମୟରେ ଏଏସ୍ଆଇର କୌଣସିଅଧିକାରୀଙ୍କ ଦେଖା ମିଳି ନଥିଲା । ମନ୍ଦିର ଦାୟିତ୍ୱରେ ଏଏସ୍ଆଇଅଧିକାରୀ ସୁଶାନ୍ତ ଗୋଛାୟତଙ୍କ ସହ ଫୋନ୍ରେ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ । ସୂର୍ଯ୍ୟମନ୍ଦିର ପାଇଁ ଏଏସ୍ଆଇର କୌଣସି ସ୍ଥାୟୀଅଧିକାରୀ ନଥିବାଅଭିଯୋଗ ହେଉଛି । ପୂର୍ବରୁ ଗତ ଜାନୁଆରୀ ୨ତାରିଖରେ ମଧ୍ୟ ପର୍ଯ୍ୟଟକମାନେ ଟୋକନ୍ ନପାଇ ସୂର୍ଯ୍ୟମନ୍ଦିର ଦେଖି ପାରି ନଥିଲେ । ସେ ସମୟରେ ଦାୟିତ୍ୱରେ ଥିବା ଏଏସ୍ଆଇଅଧିକାରୀ ସିଆର୍ ଦାସ ପର୍ଯ୍ୟାପ୍ତ ଟୋକନ୍ ନଥିବାରୁ ପର୍ଯ୍ୟଟକମାନେ ଫେରି ଯାଇଥିବା କହିଥିଲେ । ଦ୍ୱିତୀୟ ଥର ପାଇଁ ପର୍ଯ୍ୟଟକମାନେ ଟୋକନ୍ ପାଇ ନିରାଶରେ ଫେରିଛନ୍ତି । ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ପର୍ଯ୍ୟଟକଙ୍କଅସନ୍ତୋଷ ବୃଦ୍ଧି ପାଉଛି । ଏ ଦିଗରେ ମନ୍ଦିର ଦାୟିତ୍ୱରେ ଥିବା ଏଏସ୍ଆଇ ସଚେତନ ହେଉ ନଥିବାଅଭିଯୋଗ ହେଉଛି ।
ଟୋକନ ନପାଇ ପର୍ଯ୍ୟଟକମାନେଅସହାୟ ହୋଇ ପଡ଼ିଥିଲେ । ସକାଳୁଆସିଥିବା ପଶ୍ଚିମବଙ୍ଗର ପର୍ଯ୍ୟଟକ ବିକାଶ ମେହେର ପ୍ରାୟ ୨ଘଣ୍ଟା ଧରି କାଉଣ୍ଟର ସମ୍ମୁଖରେ ଟିକେଟ ପାଇଁ ଛିଡ଼ା ହୋଇଥିଲେ ହେଲେ ଟୋକନ ନମିଳିବାରୁ ମନ୍ଦିର ବୁଲି ପାରି ନଥିବା କ୍ଷୋଭର ସହ କହିଥିଲେ । କୋଲକାତାର ପର୍ଯ୍ୟଟକ ଜୟନ୍ତୀ ପରିବାର ସହିତଆସି ଟିକେଟ ପାଇଁ ଛିଡା ହୋଇଥିଲେ ମଧ୍ୟ ତାଙ୍କୁ ଦିନ ୧୧ଟା ସୁଦ୍ଧା ଟିକେଟ ମିଳି ନଥିଲା । ବସ ସମୟ ହୋଇଯାଇଥିବାରୁ ସେ ଫେରି ଯାଉଥିବା ଦୁଃଖର ସହିତ ପ୍ରକାଶ କରିଥିଲେ ।
ସୂର୍ଯ୍ୟମନ୍ଦିର ପରିଦର୍ଶନରେଆସୁଥିବା ଦେଶ ବିଦେଶର ପର୍ଯ୍ୟଟକମାନେ୧ ଟିକେଟ କାଉଣ୍ଟରରୁ ଜଣ ପିଛା ୪୦ଟଙ୍କା ଦେଇ ଏକ ପ୍ଲାଷ୍ଟିକ ଟୋକନ୍ ସାହାଯ୍ୟରେ ମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି । ଏହି ଟୋକନ୍କୁ ପ୍ରବେଶ ପଥରେ ରହିଥିବା ସ୍କାନର ମେସିନରେ ଦେଖାଇ ପ୍ରବେଶ କରିବା ପରେ ମନ୍ଦିର ବୁଲି ସାରି ପ୍ରସ୍ଥାନ ପଥରେ ଟୋକନଟି ବାକ୍ସରେ ରଖି ପ୍ରସ୍ଥାନ କରିବାର ବ୍ୟବସ୍ଥା ରହିଛି ।
ଟୋକନଅଭାବ ଦର୍ଶାଇ ଏଏସ୍ଆଇ କର୍ମଚାରୀମାନେ ଏକ ସ୍ୱତନ୍ତ୍ର ର‌୍ୟାକେଟ ସାହାଯ୍ୟରେ ଜାଲିଆତି କରି ଏ ବାବଦରେ ଲକ୍ଷାଧିକ ଟଙ୍କା ହେରଫେର କରୁଥିବାଅଭିଯୋଗ ହେଉଛି । ପର୍ଯ୍ୟାପ୍ତ ଟୋକନ୍ ନଥିବା ଦର୍ଶାଇ ବଳକା ଟୋକନକୁ ଗଚ୍ଛିତ ରଖି ସତର୍କତାର ସହିତ ବିକ୍ରି କରୁଥିବା ମଧ୍ୟଅଭିଯୋଗ ହେଉଛି । ଏଏସ୍ଆଇ ଉଚ୍ଚ କର୍ତ୍ତୃପକ୍ଷ ଏହାର ତଦନ୍ତ କରି ପର୍ଯ୍ୟଟକମାନଙ୍କୁ ସୂର୍ଯ୍ୟମନ୍ଦିର ଦେଖିବାକୁ ବଞ୍ôଚତ କରୁଥିବା ତଥା ଟୋକନ୍ ପ୍ରଦାନରେଅନିୟମିତତା କରୁଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons