ପୁଣି ଆତଙ୍କୀଙ୍କ ଟାର୍ଗେଟରେ ଲାଲକିଲ୍ଲା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲାବେଳେ ପାକିସ୍ତାନ ନିଜର ରାଗ ସୁଝାଇବା ପାଇଁ ଭାରତରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଗୁଇନ୍ଦା ସଂସ୍ଥାଙ୍କୁ ସୂଚନା ମିଳିଛି କି ଆଇଏସଆଇ ଲାଲକିଲ୍ଲା ଉପରେ ଆକ୍ରମଣ କରାଇପାରେ ।
ଏଥିପାଇଁ ଆତଙ୍କବାଦୀମାନେ ଆଫଗାନିସ୍ତାନର ପାସପୋର୍ଟରେ ଭାରତ ଆସିବେ । ସେମାନେ ଲାଲକିଲ୍ଲା ଠାରୁ ତିନି କିଲୋମିଟର ଦୂରତା ଭିତରେ ଥିବା କୌଣସି ସ୍ଥାନରେ ବି ବିସ୍ଫୋରଣ ଘଟାଇପାରନ୍ତି । ଏଥିପାଇଁ ସେମାନେ ଡ୍ରେନ କିମ୍ବା ରାସ୍ତା ମଝିରେ ଥିବା ଖାଲର ବି ବ୍ୟବହାର କରିପାରନ୍ତି । ସେମାନେ ସରକାରୀ କର୍ମଚାରୀଙ୍କ ୟୁନିଫର୍ମ ଓ ସେମାନଙ୍କ ଗାଡ଼ି ବି ବ୍ୟବହାର କରିପାରନ୍ତି । କିଛି ସନ୍ଦିଗ୍ଧ ଲୋକଙ୍କ ବାର୍ତ୍ତାଳାପ ରେକର୍ଡିଂ କରାଯିବା ପରେ ଏହି ସୂଚନା ମିଳିଛି । ଆଇଏସଆଇ ଲକ୍ଷେ୍ନø, ଦିଲ୍ଲୀ ଏବଂ ଗାଜିଆବାଦରେ ଆତଙ୍କୀ ଆକ୍ରମଣ ଭିଆଇବାକୁ ଚାହୁଁଛି ବୋଲି ଏଥିରୁ ମନେ ହେଉଛି । ସ୍ୱାଧୀନତା ଦିବସ ଆସୁଥିବାରୁ ଆତଙ୍କବାଦୀମାନେ କିଛି ବଡ଼ ଧରଣର ହରକତ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏହି ରିପୋର୍ଟ ମିଳିବା ପରେ ଲାଲକିଲ୍ଲା ସମେତ ଦିଲ୍ଲୀର ବିମାନବନ୍ଦର ଏବଂ ୧୭ଟି ଅନ୍ୟ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗାଡ଼ିଗୁଡିକର ବହୁ ସ୍ତରୀୟ ଯାଞ୍ଚ ପାଇଁ ବି ବ୍ୟବସ୍ଥା କରାଯାଇଛି ।
ସୂଚନାଯୋଗ୍ୟ ଯେ, ଲାଲକିଲ୍ଲାରେ ପୂର୍ବରୁ ବି ଆତଙ୍କବାଦୀ ଆକ୍ରମଣ ହୋଇସାରିଛି । ୨୦୦୦ ମସିହା ଡିସେମ୍ବର ୨୨ରେ ଲସ୍କର ଇ ତୋଏବାର ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ । ଏଥିରେ ଦୁଇ ଜଣ ଯବାନ ସହିଦ ହୋଇଥିଲେ ଏବଂ ଜଣେ ସାଧାରଣ ନାଗରିକ ବି ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons