ଧଉଳି ଶାନ୍ତିସ୍ତୂପରେ ଜାପାନ ହକି ଦଳ

Get real time updates directly on you device, subscribe now.

ଭୁବନେଶ୍ୱର,(ବିବି.ବ୍ୟୁରୋ): ରାଜ୍ୟ ପର୍ଯ୍ୟଟନ ବିଭାଗ ଉଦ୍ୟମରେ ଜାପାନ ହକି ଦଳର ଖେଳାଳିମାନେ ଧଉଳି ଶାନ୍ତିସ୍ତୂପ ବୁଲି ଦେଖିଛନ୍ତି । ଦଳର ୨୬ ଜଣ ଖେଳାଳି ଏଥିରେ ସାମିଲ ହୋଇଥିଲେ । ଏଫ୍ଆଇଏଚ୍ ହକି ସିରିଜ୍ ଫାଇନାଲ୍ରେ ଭାଗ ନେବାକୁ ଆସିଥିବା ଜାପାନ ଦଳର ଖେଳାଳିଙ୍କୁ ଏହି ଅବସରରେ ନଡ଼ିଆ ପାଣି ଦେଇ ଆପ୍ୟାୟିତ କରାଯାଇଥିଲା । ଓଡ଼ିଶା ସୁଇମିଂ କୋଚ୍ କୋଇଚି ୱାଟାନେବ୍ ମଧ୍ୟ ଏହି ଗସ୍ତରେ ସାମିଲ ହୋଇଥିଲେ । ଦଳର ସଦସ୍ୟମାନେ ଧଉଳି ଶାନ୍ତିସ୍ତୂପ ବୁଲିବା ସହ ନିକଟସ୍ଥ ମନ୍ଦିରକୁ ମଧ୍ୟ ଯାଇଥିଲେ । ଓଡ଼ିଶାର ସ୍ଥାପତ୍ୟ କଳା ସମସ୍ତଙ୍କୁ ଅଭିଭୂତ କରିଥିବା ଖେଳାଳିମାନେ ପ୍ରକାଶ କରିଛନ୍ତି । ଶାନ୍ତିସ୍ତୂପରେ କିଛି ସମୟ ରହିବା ପରୋ ଖେଳାଳିମାନେ ଅଶୋକଙ୍କ ଶିଳାଲେଖ ବୁଲି ଦେଖିଥିଲେ । ଯେଉଁଥିରେ ଅଶୋକ ସାରା ବିଶ୍ୱର ମଙ୍ଗଳ ପାଇଁ ବାର୍ତ୍ତା ରଖିଛନ୍ତି । ବୌଦ୍ଧ ପର୍ଯ୍ୟଟନର ଗୌରବ ବହନ କରୁଥିବା ଏହି ସ୍ତୂପ ୧୯୭୨ ମସିହାୋର ତିଆରି ହୋଇଥିଲା । ଯାହାକି ଜାପାନ ବୁଦ୍ଧ ସଂଘ ଓ କଳିଙ୍ଗ ନିପନ୍ ବୁଦ୍ଧ ସଂଘ ଦ୍ୱାରା ମିଳିତ ଭାବେ ନିର୍ମାଣ କରାଯାଇଥିଲା । ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗ ଶାସନ ସଚିବ ବିଶାଲ କୁମାର ଦେବ କହିଛନ୍ତି ସାରା ଭାରତରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ କ୍ରୀଡ଼ା ପର୍ଯ୍ୟଟନକୁ ବାସ୍ତବିକ ଢ଼ଙ୍ଗରେ ପ୍ରମୋଟ୍ କରାଯାଉଛି । ଗତ ବର୍ଷ ହକି ବିଶ୍ୱ କପ୍ ସମୟରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଓଡ଼ିଶା ଆସିଥିବା ବେଳେ ଏବର୍ଷ ମଧ୍ୟ ଆସୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons