କେରଳ ବନ୍ୟାରେ ଫସିଛନ୍ତି ଗଞ୍ଜାମର ଶତାଧିକ ଶ୍ରମିକ

Get real time updates directly on you device, subscribe now.

ସାନଖେମୁଣ୍ଡିି, (ବି.ବି.ନ୍ୟୁଜ୍): କେରଳ ରାଜ୍ୟରେ ବନ୍ୟାର ବିଭୀଷିକା । ବନ୍ୟାରେ ଫସିଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଞ୍ଚଳର ଦୁଇ ଶହରୁ ଅଧିକ ଶ୍ରମିକ । ସେମାନେ ଗତ କିଛି ମାସ ହେଲା ବିଭିନ୍ନ କମ୍ପାନିରେ ଅସ୍ଥାୟୀ ଶ୍ରମିକ ଭାବେ କାମ କରୁଥିଲେ । କେରଳର ଆନାକୁଲମ୍, ଆଲୁଆ ଓ ଅଙ୍ଗଗାଲି ଅଞ୍ଚଳରେ କାମ କରୁଥିଲେ । ବନ୍ୟା ଘେରରୁ ମୁକୁଳି ପାରି ନାହାନ୍ତି । ଏବେ ବନ୍ୟା ବିତ୍ପାତ ଲାଗି ରହିଥିବା ଯୋଗୁଁ କାମ ମଧ୍ୟ ମିଳୁନି । ଯାହା ସଞ୍ଚିତ ଅର୍ଥ ଥିଲା ବନ୍ୟା ପାଣିରେ ଭାସି ଯାଇଥିବା ଯୋଗୁଁ ଭୋକ ଓପାସରେ ରହୁଥିôବା ପରିବାରକୁ କହିଛନ୍ତି । ଖାଦ୍ୟ ଦର ଚଢ଼ା ହୋଇଛି । ଏଭଳି ପରିସ୍ଥିତିରେ ଦୁର୍ଦ୍ଦିନ ଭିତରେ ରହିଥିôବା କହିଛନ୍ତି ସାନଖେମୁଣ୍ଡି ଅଞ୍ଚଳର ଶ୍ରମିକ ।
ସାନଖେମୁଣ୍ଡି ଅଞ୍ଚଳର ପ୍ରାୟ ୬୦ ଜଣ ଶ୍ରମିକଙ୍କ ସହ ପରିବରଙ୍କ ଯୋଗାଯୋଗ ହୋଇଛି । ସେମାନେ ସମସ୍ତେ ଆନାକୁଲମ୍ଠାରେ ବସାଘରେ ରହୁଛନ୍ତି । ପ୍ରତି ବସାଘରେ ୧୨/୧୫ ଜଣ ଲେଖାଏଁ ଶ୍ରମିକ ରହୁଛନ୍ତି । ଖାଦ୍ୟ ଓ ପିଇବା ପାଣି ଯୋଗାଡ଼ କରିବାକୁ ହେଲେ ବହୁ ରାସ୍ତା ଯିବାକୁ ପଡ଼ୁଛି । ବ୍ଲକ୍ ଅନ୍ତର୍ଗତ ରାଧାଦେଈପୁର ଓ ପାଟପୁର ପଞ୍ଚାୟତର ସୁର ନାଇକ, ପବିତ୍ର ନାଇକ, କାହ୍ନୁ ନାଇକ, ବିକ୍ରମ ନାଇକ, ଏସ୍. ଗୋପାଳପୁର ପଞ୍ଚାୟତର ତରଣୀ ନାଇକ, ଡାକ ନାଇକ, ପୀତବାସ ନାଇକ, ଅଳୟ ନାଇକ, ବାହାନ ନାଇକ, ବଚନ ନାଇକ, ଗଗନ ନାଇକ, ରଞ୍ଜନ ନାଇକ, ରୋହିତ ନାଇକ, ମଙ୍ଗୁଳୁ ନାଇକ, ସୁଶାନ୍ତ ନାଇକ, ଅଲେଖ ନାଇକ, ମହେନ୍ଦ୍ର ନାଇକ, ସୀମା ମଳିକ ପ୍ରମୁ୍ଖ ବନ୍ୟା ପାଣିରେ ଫସିଥିବା ଅଭିଯୋଗ କରିଛନ୍ତି । ତେବେ ସେମାନେ ସୁରକ୍ଷିତ ଭାବେ ଥିବା ସୂଚନା ଦେଇ ବନ୍ୟା ବିଭୀଷିକା ବର୍ଣ୍ଣନା କରିଛନ୍ତି । ତିନି ଦିନ ଭୋକ ଉପବାସରେ ରହିବା ପରେ ଖାଇବାକୁ ମିଳିଥିଲା ବୋଲି କହିଛନ୍ତି । ବିଦ୍ୟୁତ୍ ସଂଯୋଗ ନାହିଁ । ଏସ୍. ଗୋପାଳପୁର ସରପଞ୍ଚ ନିରାକାର ପ୍ରଧାନ ରାଧାଦେଇପୁର ସରପଞ୍ଚ ରୀତାଞ୍ଜଳି ବାରିକ ଗଞ୍ଜାମ ଜିଲ୍ଲାର ଶ୍ରମିକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହିତ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons