୪ନଂ ସ୍ଥାନ ପାଇଁ ଶ୍ରେୟାସ ଉପଯୁକ୍ତ: ଗାଭାସ୍କର

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତୀୟ ଦଳରେ ଦୀର୍ଘ ଦିନ ଧରି ୪ନଂ ବ୍ୟାଟିଂ କ୍ରମ ସମସ୍ୟା ମୁଖ୍ୟ ଚିନ୍ତାର କାରଣ ପାଲଟିଛି । ଚଳିତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ରେ ଅଧିନାୟକ ବିରାଟ କୋହଲି ଓ ଟିମ୍ ମ୍ୟାନେଜମେଣ୍ଟ ଯୁବ ବ୍ୟାଟିଂ ବିସ୍ମୟ ରିଶଭ ପନ୍ତଙ୍କୁ ଏହି ସ୍ଥାନରେ ପରୀକ୍ଷା କରିଛନ୍ତି । କିନ୍ତୁ ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଏହାକୁ ନାପସନ୍ଦ କରିଛନ୍ତି । ପନ୍ତଙ୍କ ଅପେକ୍ଷା ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟାସ ଆୟର ଏହି ସ୍ଥାନ ପାଇଁ ଉପଯୁକ୍ତ ଖେଳାଳି ବୋଲି ଗାଭାସ୍କର ମତବ୍ୟକ୍ତ କରିଛନ୍ତି ।
ସେ କହିଛନ୍ତି, ପନ୍ତ ଜଣେ ଆକ୍ରାମକ ଖେଳାଳି । ସେ ମ୍ୟାଚ୍ ଫିନିସର ଭୂମିକା ତୁଲାଇ ପାରିବେ । ସେ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ୫ନଂ କିମ୍ବା ୬ନଂ ସ୍ଥାନରେ ଖେଳିପାରିବେ । ତାଙ୍କ ଅପେକ୍ଷା ଶ୍ରେୟାସ ୪ନଂ ସ୍ଥାନ ପାଇଁ ଉପଯୁକ୍ତ ଖେଳାଳି । ଶ୍ରେୟାସଙ୍କୁ ଏହି ସ୍ଥାନରେ ସ୍ଥାୟୀ ଭାବେ ଖେଳାଇବା ଉଚିତ୍ । ମୋ’ ମତରେ ଯଦି ଭାରତର ଟପ୍-୩ ବ୍ୟାଟ୍ସମ୍ୟାନ୍ ୪୦-୪୫ ଓଭର ପର୍ଯ୍ୟନ୍ତ ଖେଳନ୍ତି, ତାହେଲେ ପନ୍ତଙ୍କୁ ୪ନଂରେ ବ୍ୟାଟିଂ ପାଇଁ ପଠାଯାଉ । ଯଦି ୩୦-୩୫ ଓଭର ପର୍ଯ୍ୟନ୍ତ ବ୍ୟାଟିଂ କରିବାର ଅଛି ତାହେଲେ ଶ୍ରେୟାସଙ୍କୁ ପଠାଇବା ଉଚିତ୍ । ସେ ଦୀର୍ଘ ସମୟ ଧରି କ୍ରିଜ୍ରେ ରହିପାରିବେ । ତାଙ୍କ ବ୍ୟାଟିଂ ଟେକ୍ନିକ୍ ଉଚ୍ଚକୋଟୀର ରହିଛି । ତେଣୁ ତାଙ୍କୁ ନେଇ ଏବେଠୁ ଟିମ୍ ମ୍ୟାନେଜମେଣ୍ଟ ଯୋଜନା କରିବା ଉଚିତ୍ । ନହେଲେ ୪ନଂ ସମସ୍ୟାର ସମାଧାନ ହୋଇପାରିବନି ।’ ସୂଚନାଯୋଗ୍ୟ, ଶ୍ରେୟାସ ଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୫ନଂ ସ୍ଥାନରେ ବ୍ୟାଟିଂ କରି ୭୧ ରନ୍ର ଦମ୍ଦାର ଇନିଂସ୍ ଖେଳିଥିଲେ । ଅଧିନାୟକ କୋହଲିଙ୍କ ସହ ମିଶି ୧୨୫ରନ୍ର ଭାଗିଦାରୀ ଗଠନ କରିଥିଲେ । ଏହି ମ୍ୟାଚ୍ରେ ଦଳ ୫୯ରନ୍ରେ (ଡି/ଏଲ୍) ବିଜୟୀ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons