ଜଟଣୀ, ଲୁଇସ୍ରୋଡ୍, ନିମାପଡ଼ାରେ ରୟାଲ ଏନ୍ଫିଲ୍ଡର ଷ୍ଟୁଡ଼ିଓ ଷ୍ଟୋର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ଜଟଣୀ, ଲୁଇସ୍ରୋଡ୍ ଏବଂ ନିମାପଡ଼ାରେ ରୟାଲ ଏନ୍ଫିଲ୍ଡର ୩ଟି ଷ୍ଟୁଡ଼ିଓ ଷ୍ଟୋର ଖୋଲିଯାଇଛି । ଏଠାରେ ସର୍ଭିସ୍ ଓ ସ୍ପେୟାର ପାର୍ଟ୍ସ ସହିତ ମୋଟର ସାଇକେଲର ସମସ୍ତ ଉପକରଣ ମିଳିବ । କମ୍ପାନୀ ଆଇକନିକ୍ ରୟାଲ ଏନ୍ଫିଲ୍ଡ ବୁଲେଟର ନୂଆ ମଡ଼େଲର ବଜାର ପ୍ରବେଶ କରାଇଛି । ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ନୂଆ ବୁଲେଟ ମୋଟରସାଇକେଲର ଏକ୍ସସୋ’ରୁମ୍ ମୂଲ୍ୟ ୧,୧୨,୦୦୦ ଟଙ୍କା ରହିଛି । ନୂଆ ମଡେଲ ବୁଲେଟ ୩୫୦ ଇଏସ୍ରେ ସିଙ୍ଗଲ୍ ଚ୍ୟାନେଲ ଏବିଏସ୍ ରହିଛି ।
ନୂଆ ଷ୍ଟୁଡ଼ିଓ ଷ୍ଟୋର ଏବଂ ନୂଆ ବୁଲେଟର ବଜାର ପ୍ରବେଶ ଅବସରରେ ରୟାଲ ଏନ୍ଫିଲ୍ଡ ସିଇଓ ବିନୋଦ କେ ଦସାରୀ କହିଛନ୍ତି ଯେ, ଛୋଟ ସହର ଗୁଡ଼ିକରେ ଆମ ମୋଟର ସାଇକେଲର ଲୋକପ୍ରିୟତା ଅଛି । ଏହି ସହରଗୁଡ଼ିକରେ ମୋଟରସାଇକେଲ ପ୍ରେମୀ ବହୁତ ଜଲଦି ଲେଜର ମୋଟରସାଇକ୍ଲିଂ ଟ୍ରେଣ୍ଡକୁ ଆପଣାଉଛନ୍ତି । ୨୫୦ ନୂଆ ରୟାଲ ଏନ୍ଫିଲ୍ଡ ଷ୍ଟୁଡ଼ିଓ ଖୋଲି ଆମେ ସେମାନଙ୍କ ଚାହିଦା ପୂରଣ ଦିଗରେ ପ୍ରତିଶ୍ରୁତିବଦ୍ଧ ବୋଲି ଦସାରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons