ଭୁବନେଶ୍ୱର,(ବି.ବି.ବ୍ୟୁରୋ):ସିଣ୍ଡିକେଟ୍ ବ୍ୟାଙ୍କ ପକ୍ଷରୁ ଏହାର ଏମ୍ସିଏଲ୍ଆର୍ରେ ୨୫ ବେସିସ୍ ପଏଣ୍ଟ ହ୍ରାସ ଘଟିଛି । ବ୍ୟାଙ୍କ ମଧ୍ୟ ଏହାର ବିଭିନ୍ନ ଉତ୍ପାଦ ଉପରେ ରେପୋ ଲିଙ୍କ୍ଡ ଡିପୋଜିଟ୍ ରେଟ୍(ଆର୍ଏଲ୍ଡିଆର୍) ଏବଂ ରେପୋ ଲିଙ୍କ୍ଡ ଲେଣ୍ଡିଂ ରେଟ୍(ଆର୍ଏଲ୍ଏଲ୍ଆର୍) ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ବ୍ୟାଙ୍କର ଗୃହ ଋଣ, ଗାଡ଼ି ଋଣ ଏବଂ ଖାଉଟି ଋଣ ଆର୍ଏଲ୍ଏଲ୍ଆର୍ ଅନୁସାରେ ପ୍ରଦାନ କରାଯାଉଛି । ପରିବର୍ତ୍ତନ ଅନୁଯାୟୀ ବ୍ୟାଙ୍କର ଗୃହ ଋଣ ରେପୋ ଯୁକ୍ତ ୨.୯୦% ଅର୍ଥାତ୍ ୮.୩୦%ରୁ ଆରମ୍ଭ ହେବ । ସେହିପରି ୨୫ ଲକ୍ଷ ଟଙ୍କାରୁ ଅଧିକ ସେଭିଂ ବ୍ୟାଙ୍କ ଡିପୋଜିଟ୍ ଆର୍ଏଲ୍ଡିଆର୍ ଉପରେ ସ୍ଥିର କରାଯିବ । ଏହାଦ୍ୱାରା ବ୍ୟାଙ୍କର ସ୍ୱଚ୍ଛତା ବଜାୟ ରହିବ । ବ୍ୟାଙ୍କ ରିଟେଲ, ଏମ୍ଏସ୍ଏମ୍ଇ ଓ କର୍ପୋରେଟ୍ କ୍ଷେତ୍ରକୁ ତୁରନ୍ତ ଋଣ ପ୍ରଦାନ ସୁବିଧା ପାଇଁ ଋଣ ଆବେଦନ ପତ୍ର ଉପରେ ଟର୍ଣ୍ଣ ଆରାଉଣ୍ଡ୍ ଟାଇମ୍(ଟ୍ୟାଟ୍) ହ୍ରାସ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନେଇଛି । ଏହି ଉପଲକ୍ଷେ ବ୍ୟାଙ୍କର ଯେକୌଣସି କାର୍ଯ୍ୟାଳୟରେ ଦାଖଲ ହୋଇଥିବା ସମସ୍ତ ଋଣ ଆବେଦନପତ୍ର ସ୍ୱତନ୍ତ୍ର ନମ୍ବର ଦ୍ୱାରା ଚିହ୍ନିତ ହେବ, ଯାହା ଋଣଗ୍ରହୀତାଙ୍କୁ ଜଣାଇ ଦିଆଯିବ ।
Comments are closed, but trackbacks and pingbacks are open.