ରାଜ୍ୟରେ ବଡ ବନ୍ୟାର ଆଶଙ୍କା ନାହିଁ : ଯୁଗ୍ମ ଏସ୍ଆରସି

Get real time updates directly on you device, subscribe now.

ଭୁବନେଶ୍ବର : ରାଜ୍ୟରେ ବଡ ବନ୍ୟା ନାହିଁ । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଯୁଗ୍ମ ଏସ୍ଆରସି ପ୍ରଭାତ ମହାପାତ୍ର । କାରଣ ଗତ ୨୪ ଘଣ୍ଟା ଭିତରେ ବର୍ଷା ପରିମାଣ କମ୍ ଅଛି । ଦିନ ୯ଟା ସୁଦ୍ଧା ମୁଣ୍ଡଳୀ ପାଖରେ ୪ ଲକ୍ଷ ୫୩ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । କେନ୍ଦ୍ରାପଡା ଓ ଟିକରପଡାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ବାଙ୍କୀର କିଛି ଅଞ୍ଚଳ ବି ଜଳମଗ୍ନ ହୋଇଛି । ବଲାଙ୍ଗିର ଓ ସୁବର୍ଣ୍ଣପୁରର ଅବସ୍ଥାରେ ସୁଧାର ଆସିଛି ।
ଅନୁଗୁଳ ଟିକରପଡାର ୩୦୦ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ କେନ୍ଦ୍ରାପଡାର ୨ଟି ଗାଁରୁ ୧୮ ଲୋକଙ୍କୁ ଉଦ୍ଧାର କରାଯାଇଛି । ସେହିପରି ପୁରୀରେ ୮୮ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ତେବେ ୧୧ଟି ଜିଲ୍ଲାରେ ବିଲକୁଲ ବର୍ଷା ହୋଇନି ବୋଲି ସୂଚନା ଦେଇଛନ୍ତି ଯୁଗ୍ମ ଏସ୍ଆରସି ପ୍ରଭାତ ମହାପାତ୍ର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons