ବନ୍ୟାଜଳ ଘେରରେ ଟିକରପଡା ଅଞ୍ଚଳର ୪ଟି ଗାଁ

Get real time updates directly on you device, subscribe now.

ଅନୁଗୋଳ : ବନ୍ୟା ପାଣି ଘେରରେ ଟିକରପଡା ଆଖପାଖ ୪ଟି ଗାଁର ବହୁ ପରିବାର । ପାଣି ଭିତରେ ବୁଡିଲା ଅନେକ କଚ୍ଚା ଘର । ଟିକରପଡା, ମଝିପଡା, ବେହେରାସାହି ଏବଂ ଗଇଁତି ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି । ହଜାରରୁ ଉର୍ଦ୍ଧ୍ବ ପରିବାର ପାଣି ଘେର ଭିତରେ ରହିଛନ୍ତି । ଘର ଭିତରେ ପାଣି ପଶି ଯାଇଛି ।
ହଠାତ୍ ପାଣି ଆସିବା ଯୋଗୁଁ ଗାଁ ଲୋକ ମୁଣ୍ଡିଆ ଉପରକୁ ଚାଲି ଯାଇଛନ୍ତି। ଆଉ କିଛି ଲୋକଙ୍କୁ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରାଯାଉଛି । ଓଡ୍ରାଫ ଟିମ୍ ଦୁର୍ଗମ ଅଞ୍ଚଳ ଉଦ୍ଧାର କାର‌୍ୟ କରୁଛନ୍ତି । କିଛି ଲୋକ ଡଙ୍ଗା ସାହାଯ୍ୟରେ ଜିନିଷ ପତ୍ର ନେବାକୁ ବ୍ୟବସ୍ଥ। କରୁଛନ୍ତି । ପାଣି ଘେରରେ ରହିଛି ଟିକରପଡା ପର‌୍ୟଟନ ସ୍ଥଳୀ । ହୀରାକୁଦ ପାଣି ପହଞ୍ଚିଲେ ବନ୍ୟା ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons