ଭୁବନେଶ୍ବର : ଘୋଷଣା ହୋଇଛି ସରକାରୀ ନିଗମ ଏ ସଂସ୍ଥା ପାଇଁ ରାଜନୈତିକ ନିଯୁକ୍ତି । ମିନତୀ ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ପରାମର୍ଶଦାତା ଭାବେ ସୁଜିତ କୁମାରଙ୍କୁ ନିଯୁକ୍ତି ମିଳିଥିବାବେଳେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ଇଟି ଏବଂ ଆଇଟି ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ଲେଲିନ ମହାନ୍ତିଙ୍କୁ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି ।
କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପରାମର୍ଶଦାତା ଭାବେ କୃତିବାସ ପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ପରାମର୍ଶଦାତା ହୋଇଛନ୍ତି ଉତ୍କଳ କେଳରୀ ପରିଡା । ଦେବାଶିଷ ଘୋଷଙ୍କୁ ଓଡିଶା ଜଙ୍ଗଲ ଉନ୍ନୟନ ନିଗମର ପରାମର୍ଶଦାତା ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି ।
ସେହିଭଳି ସୁଲତା ଦେଓଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ପରାମର୍ଶଦାତା ନିଯୁକ୍ତ କରାଯାଇଛି । ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପରାମର୍ଶଦାତା ଭାବେ ଜନ୍ମଜୟ ଲେଙ୍କାଙ୍କୁ ଅବସ୍ଥାପିତ କରାଯାଇଛି । ଓଡିଶା କୃଷି ବିପଣନ ପରିଷଦର ମରାମର୍ଶଦାତା ଭାବେ ରାମଚନ୍ଦ୍ର ପଣ୍ଡାଙ୍କୁ ନିଯୁକ୍ତ କରାଯାଇଛି ।
ଓଡିଶା କୃଷି ଉଦ୍ୟୋଗ ନିଗମର ଅଧ୍ୟକ୍ଷ ଭାବେ ଇଶ୍ବର ପାଣିଗ୍ରାହୀ, ଆପିକଲର ଅଧ୍ୟକ୍ଷ ଭାବେ ପ୍ରଭାଦିତ୍ୟ ମିଶ୍ର, ଓଡିଶା ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବେ ଅନୁପ ସାଏ, ପିସି କଲଚର ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଅସିତ ପଟ୍ଟନାୟକ, ଓଡିଶା କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଅମରେନ୍ଦ୍ର ଦାସ, ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ବିଭାଗର ଅଧ୍ୟକ୍ଷ ଭାବେ ଲୁଲୁ ଅମାତ, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଭାବେ ଚିନ୍ମୟ ସାହୁଙ୍କୁ ନିଯୁକ୍ତି ମିଳିଛି ।
ସେହିଭଳି ଓଟିଡିସିର ଅଧ୍ୟକ୍ଷା ଭାବେ ଶ୍ରୀମୟୀ ମିଶ୍ରଙ୍କୁ ଦାୟିତ୍ବ ମିଳିଥିବା ବେଳେ ଓଡିଶା ଉଠା ଜଳସେଚନ ବିଭାଗ ଅଧ୍ୟକ୍ଷ ଭାବେ ଅମରେଶ ପତ୍ରୀଙ୍କୁ ଦାୟିତ୍ବ ମିଳିଛି । ଓଡିଶା ଫିଲ୍ମ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ସତ୍ୟବ୍ରତ ତ୍ରିପାଠୀଙ୍କୁ ଦାୟିତ୍ବ ଦିଆଯାଇଛି । ବିଜୟ ନାୟକଙ୍କୁ ମିଳିଛି ଓଡିଶା ରାଜ୍ୟ ଯୁବ କଲ୍ୟାଣ ପରିଷଦର ଅଧ୍ୟକ୍ଷ ଦାୟିତ୍ବ । ପ୍ରିୟଦର୍ଶୀ ମିଶ୍ରଙ୍କୁ ମିଳିଛି ଓଡିଶା ରାଜ୍ୟ ଗୃହ ନିର୍ମାଣ ବିଭାଗର ଅଧ୍ୟକ୍ଷ ପଦ । ଓଡିଶା ନିର୍ମାଣ ଶ୍ରମିକ କଲ୍ୟାଣ ପରିଷଦର ଅଧ୍ୟକ୍ଷ ପଦ ମିଳିଛି ସୁବାଷ ସିଂଙ୍କୁ ।
ସଞ୍ଜୀବ ପାଇକରାୟଙ୍କୁ ଖଦି ଏବଂ ଗ୍ରାମ୍ୟ ଉଦ୍ୟୋଗ ବୋର୍ଡର ଅଧ୍ୟକ୍ଷ, ସୁଧିର ଦାସଙ୍କୁ ଓଡିଶା ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ, ଡ. ଦିଲ୍ଲୀପ ତୀର୍କିଙ୍କୁ ଓଡିଶା ହକି ପ୍ରସାର ପରିଷଦର ଅଧ୍ୟକ୍ଷ, ମାନସ ମାଡକାମୀଙ୍କୁ ମାଲକାନଗିରି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ବିନୟ ଟପୋଙ୍କୁ ସୁନ୍ଦରଗଡ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି ।
ସୁସ୍ମିତା ବାଗଚୀଙ୍କୁ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିବା ବେଳେ ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । କସ୍ତୁରୀ ମହାପାତ୍ରଙ୍କୁ ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା, ସୁଲୋଚନା ଦାସଙ୍କୁ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା, ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମିଶନ ଶକ୍ତିର ପରାମର୍ଶଦାତା, ପୁଷ୍ପେନ୍ଦ୍ର ସିଂ ଦେଓଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି ।
Comments are closed, but trackbacks and pingbacks are open.