ଆକାଶ ମାର୍ଗରୁ ବନ୍ୟା ପରିସ୍ଥିତି ଅନୁଧ୍ୟାନ କଲେ ଧର୍ମେନ୍ଦ୍ର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆକାଶ ମାର୍ଗରୁ ବାତ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ସୋନପୁର ଓ ବୌଦ୍ଧ ଅଞ୍ଚଳ ପରିଦର୍ଶନ କରିବା ସହ ବିପନ୍ନଙ୍କ ଖାଦ୍ୟ, ରହଣୀ ଓ ପୁର୍ନରୁଦ୍ଧାର କାର୍ଯ୍ୟନେଇ ସ୍ଥାନୀୟ ପ୍ରଶାସନ ସହିତ ଆଲୋଚନା କରିଛନ୍ତି ।
ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସହିତ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରଖିବା ପରେ ଗଣମାଧ୍ୟମକୁ କହିଛନ୍ତି, ଲଗାତାର ତିନିଦିନ ବର୍ଷା ହେବାରୁ ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ ଓ ସୋନପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଗତ ୫୦ ବର୍ଷ ମଧ୍ୟରେ ଲୋକ ଏମିତି ବର୍ଷା କେବେ ଦେଖିନଥିବେ ଲୋକ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ ପରେ କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା, ଜୁନାଗଡ, ଏମ୍ ରାମପୁର, କାର୍ଲାମୁଣ୍ଡା, ବଲାଙ୍ଗୀର ଜିଲ୍ଲାର ପୁଇଁତଳା, ବଲାଙ୍ଗୀର ବ୍ଲକ, ବଲାଙ୍ଗୀର ସହର, ଦେଓଗାଁ, ସୋନପୁରର ତରଭା ବ୍ଲକ, ତରଭା ପୌର ପରିଷଦ ଓ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଅଞ୍ଚଳ ପରିଦର୍ଶନ କରିବା ସହ ବନ୍ୟା ପ୍ରପଡୀତ ଲୋକଙ୍କ ସମସ୍ୟା ସମ୍ପର୍କରେ ପ୍ରଶାସନ ସହ ଆଲୋଚନା କରିଛନ୍ତି । ସ୍ଥାନୀୟ ପ୍ରଶାସନ ଉକ୍ତ ଅଞ୍ଚଳର ସବୁ ବର୍ଗ ଲୋକଙ୍କ ସହଯୋଗ ନେଇ ବିପନ୍ନଙ୍କ ଲାଗି ଭଲ ବ୍ୟବସ୍ଥା କରିଛି ।
ଜିଲ୍ଲା ପ୍ରଶାସନ ବନ୍ୟା କ୍ଷୟକ୍ଷତିର ସମୀକ୍ଷା କରୁଥିବା ବେଳେ ଏହାର ତାଲିକା ରାଜ୍ୟ ସରକାରଙ୍କୁ ପଠାଇବ । ରାଜ୍ୟ ସରକାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଏନ୍ଡିଆର୍ଏଫ ଓ ଏସ୍ଡିଆର୍ଏଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିବେ । ସେହିଭଳି ଏ ଅଞ୍ଚଳର ବାସହରା ଲୋକଙ୍କ ପାଇଁ କିଭଳି ଘର ଆସି ପାରିବ, ରାଜ୍ୟ ସରକାର ଏହାର ସମୀକ୍ଷା କରିବା ଦରକାର । ଏ ସମ୍ପର୍କରେ ରାଜ୍ୟ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବା ପରେ ସେ ନିଜେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ସହଯୋଗର ଦାୟିତ୍ୱ ନେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବନ୍ୟା ପ୍ରଭାବରେ ବିଶେଷ ଭାବେ ଛୋଟ ଦୋକାନୀ କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ ଏମାନଙ୍କୁ କେନ୍ଦ୍ର ସରକାର ମୁଦ୍ରା ଯୋଜନାରେ ଯୋଡ଼ି ସେମାନଙ୍କୁ ରୋଜଗାର ଓ ସ୍ୱରୋଜଗାର ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ଶ୍ରୀ ପ୍ରଧାନ । ଅପରପକ୍ଷେ ପ୍ରଧାନମନ୍ତ୍ରୀ ବଲାଙ୍ଗୀର ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ଭାବେ ଘୋଷଣା କରିଛନ୍ତି । ବଲାଙ୍ଗୀର ବିନା ଓଡ଼ିଶା ଆଗକୁ ଯିବା ଅସମ୍ଭବ । ଏଭଳି ବିପତ୍ତି ଘଡ଼ିରେ ସେ ଓଡ଼ିଶାର ସିପାହୀ ତଥା ପ୍ରତିନିଧି ଭାବେ ଦିଲ୍ଲୀ ସରକାରଙ୍କ ନିକଟରେ ଏ ବିଷୟରେ ଉପସ୍ଥାପନ କରି ରାଜ୍ୟର ଅପେକ୍ଷାକୁ ପୂରଣ କରିବାକୁ ଚେଷ୍ଟା କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons