ଶ୍ରୀମନ୍ଦିର ମେଘନାଦ ପାଚେରୀ ନିକଟରୁ ଜବର ଦଖଲ ଉଚ୍ଛେଦ ଆରମ୍ଭ, ୮ ପ୍ଲାଟୁନ୍ ପୋଲିସ ମୁତୟନ

Get real time updates directly on you device, subscribe now.

ପୁରୀ,(ମାନସ ଦାସଙ୍କ ରିପୋର୍ଟ): ଆଜି ସକାଳୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଦକ୍ଷିଣ ଦ୍ୱାର ପଟରୁ ପ୍ରଥମେ ଭଙ୍ଗା ଯାଉଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଅର୍ଥାତ ମେଘନାଦ ପାଚେରିକୁ ଲାଗିଥିବା ସରକାରୀ ଏବଂ ଘରୋଇ ନିର୍ମାଣଗୁଡିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ଘଟଣାସ୍ଥଳରେ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କ ସମେତ ୮ଜଣ ମାଜିଷ୍ଟ୍ରେଟ୍ ଉପସ୍ଥିତ ରହିଛନ୍ତି । ଏହା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ୨୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ୍ ବି.ପି. ଦାଶଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟର ସୁପାରିଶକ୍ରମେ ରାଜ୍ୟ କ୍ୟାବିନେଟ୍ରେ ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଛି । ମନ୍ଦିରର ୨୫ ମିଟର ପରିଧି ମଧ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ସବୁକୁ ଉଚ୍ଛେଦ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ଆଦି ଭଙ୍ଗା ସରିଲାଣି । ଉଭୟ ଜଗନ୍ନାଥ ମନ୍ଦିର ଓ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ ବି.ପି. ଦାଶଙ୍କ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟର ସୁପାରିଶକ୍ରମେ ରାଜ୍ୟ କ୍ୟାବିନେଟରେ ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଛି । ପୂର୍ବରୁ ମେଘନାଦ ପାଚେରୀକୁ ଲାଗିରହିଥିବା ସରକାରୀ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସିଂହଦ୍ୱାର ସାମ୍ନାରେ ଥିବା ଫାଣ୍ଡିକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ସିଂହଦ୍ୱାର ଓ ଉତ୍ତରଦ୍ୱାର ମଝିରେ ରହିଥିବା ଦୁଇଟି ଜୋତା ଷ୍ଟାଣ୍ଡ, ମୋବାଇଲ ଷ୍ଟାଣ୍ଡ ଓ ଦିବ୍ୟାଙ୍ଗ ରାମ୍ପକୁ ବଡ଼ଦାଣ୍ଡ ବ୍ୟାରିକେଡ଼ଭିତରକୁ ଅସ୍ଥାୟୀ ଭାବେ ଉଠାଇ ନିଆଯାଇଛି । ମେଘନାଦ ପାଚେରୀକୁ ଲାଗି ରହିଥିବା ସରକାରୀ କାର୍ଯ୍ୟାଳୟ ସବୁକୁ ଅସ୍ଥାୟୀ ଭାବେ ଚଲାଇବା ପାଇଁ କୁହାଯାଇଛି ।୪ଟି ବଡ଼ ବଡ଼ କଣ୍ଟେନର ସିଂହଦ୍ୱାର ସମ୍ମୁଖରେ ରଖାଯାଇଛି । ଉଚ୍ଛେଦ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ପୋଲିସ ଫୋର୍ସକୁ ମୁତୟନ କରାଯାଇଛି । ମେଘନାଦ ପାଚେରୀକୁ ଜବରଦଖଲ ମୁକ୍ତ ଅଭିଯାନ ଶେଷ ହେବା ପରେ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ୭୫ ମିଟର ଓସାରରେ ଶ୍ରୀମନ୍ଦିର ଚାରିପାଖକୁ ଘର, ମଠ ଓ ମନ୍ଦିର ମୁକ୍ତ କରାଯିବ ।
ଶ୍ରୀମନ୍ଦିର ମେଘନାଦ ପାଚେରି କଡ଼ରୁ ଅବରୋଧ ହଟାଇବାକୁ ପ୍ରଶାସନ ବିଗୁଲ ବଜାଇ ଦେଇଛି । ମେଘନାଦ ପାଚେରିକୁ ଅବରୋଧ କରିଥିବା ସମସ୍ତ ନିର୍ମାଣକୁ ଆସନ୍ତାକାଲି ଭୋର ୬ଟାରୁ ଭଙ୍ଗା ଆରମ୍ଭ ହେବ । ଗଣମାଧ୍ୟମକୁ ରବିବାର ରାତିରେ ସୂଚନା ଦେଇଛି ପ୍ରଶାସନ । ପ୍ରଶାସନର ଏହି ଅବରୋଧ ଭଙ୍ଗା ଅଭିଯାନ ବେଳେ ଆଇନ ଶୃଙ୍ଖଳା ଏବଂ ସୁରକ୍ଷା ଦେବାକୁ ୩୦ ପ୍ଳାଟୁନ ସଶସ୍ତ୍ର ପୁଲିସ ବାହିନୀ ରହିବେ । ଘଟଣା ସ୍ଥଳରେ ୮ ଜଣ ମାଜିଷ୍ଟ୍ରେଟଙ୍କୁ ଉପସ୍ଥିତ ରହିବାକୁ ଆଦେଶ ଜାରି ହୋଇଛି ।
ଆଜି ଦିନତମାମ ଏହି ପ୍ରସଙ୍ଗ ନେଇ ପ୍ରଶାସନ ପ୍ରସ୍ତୁତି ଚଳାଇଥିଲା । ବିଭିନ୍ନ ଆଇନ ଉପରେ ଆଲୋଚନା ଏବଂ ତର୍ଜମା କରାଯାଇଥିଲା । ରାତି ୯ଟା ୧୫ ମନିଟ ବେଳ ପୁରୀ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ଗଣମାଧ୍ୟମକୁ କହିଥିଲେ ଭୋର ୬ଟାରେ ମେଘନାଦ ପାଚେରିକୁ ଲାଗି ଅବରୋଧ ଭଙ୍ଗା ଆରମ୍ଭ ହେବ । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଐତିହ୍ୟ ସଂରକ୍ଷଣ ଆଇନ ଉଲ୍ଲଂଘନରେ ମେଘନାଦ ପାଚେରି ଅବରୋଧରେ ହୋଇଥିବା ବେଆଇନ ନିର୍ମାଣଗୁଡିକୁ ଭାଙ୍ଗି ଦେବାକୁ ନୋଟିସ ଜାରି କରିଥିଲା । ଏହି ନୋଟିସକୁ କାର୍ଯ୍ୟକାରୀ କରିବାକୁ ପ୍ରଶାସନର ସହଯୋଗ ଲୋଡିଥିଲା । ତଦନୁସାରେ ଆସନ୍ତାକାଲିଠାରୁ ମେଘନାଦ ପାଚେରି ଅବରୋଧ ଭଙ୍ଗା ଆରମ୍ଭ ହେବ ।ଏହି ଅବରୋଧ ଭଙ୍ଗା ଅଭିଯାନ ବେଳେ ଭକ୍ତଙ୍କୁ ଯେଭଳି କିଛି ଅସୁବିଧା ନହୁଏ ସେଥି ପ୍ରତି ପ୍ରଶାସନ ସଜାଗ ରହିଛି । ସେହିଭଳି ଶ୍ରୀମନ୍ଦିରକୁ ଜଳ ଯୋଗାଣ ନିରନ୍ତର ରଖିବାକୁ ବ୍ୟବସ୍ଥା ହୋଇଛି ।
ଏହା ପୂର୍ବରୁ ପୁରୀ ଏସ୍ପି ଡ ଉମା ଶଙ୍କର ଦାସ କହିଥିଲେ ଜିଲ୍ଲା ପ୍ରଶାସନର ମେଘନାଦ ପାଚେରି ଅବରୋଧ ହଟାଇବା ଅଭିଯାନକୁ ପୁଲିସ ପ୍ରଶାସନ ସଂପୂର୍ଣ୍ଣ ସହଯୋଗ କରିବ । ପୁରୀ ଜାତୀୟ ଐତିହ୍ୟ ସହରର ମାନ୍ୟତା ପାଇଛି । ଏହାକୁ ଐତିହ୍ୟ ସହର ଭଳି ଗଢ଼ି ତୋଳିବାକୁ ପୁଲିସ ବ୍ୟବସ୍ଥାକୁ ସଜଡା ଯିବ ବୋଲି ସେ କହିଥିଲେ । ଅବରୋଧ ହଟାଇବା ବେଳେ ଯାବତୀୟ ପୁଲିସ ସୁରକ୍ଷା ରହିବ ବୋଲି ସେ କହିଛନ୍ତି ।
ସୂଚନା ମୁତାବକ ପ୍ରଥମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା କେନ୍ଦ୍ର, ନିୟନ୍ତ୍ରଣ କକ୍ଷ, ସେସୁ ଅଫିସ, ପିଏଚ୍ଡି ପମ୍ପ ହାଉସ, ଶ୍ରୀମନ୍ଦିର କ୍ଳୋକ୍ ରୁମ, ଶୌଚାଳୟ, ଶ୍ରୀମନ୍ଦିର ସୂଚନା କେନ୍ଦ୍ର ଭଳି ସରକାରୀ ନିର୍ମାଣଗୁଡିକୁ ଭାଙ୍ଗିିବାକୁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ତା ପରେ ପ୍ରତିହାରୀ ସ୍ୱାଧ୍ୟାୟ କେନ୍ଦ୍ର, ରାମଦୟା ପରିଷଦ, ଜୋତା ଷ୍ଟାଣ୍ଡ, ଦକ୍ଷିଣ ଦ୍ୱାର ଖଜା ଦୋକାନ, ସାମାନ ଘର, ଶୌଚାଳୟ, ପଶ୍ଚିମ ଦ୍ୱାର ଉଗ୍ରତାରା ମନ୍ଦିର, ନୃସିଂହ ମନ୍ଦିର ଆଦି ବେସରକାରୀ ନିର୍ମାଣ ଭଙ୍ଗାଯିବାକୁ ଆକ୍ସନ ପ୍ଳାନ ହୋଇଥିବାର ଖବର ମିଳିଛି ।
ଉଲ୍ଲେଖନୀୟ ମେଘନାଦ ପାଚେରି ଅବରୋଧ ଭଙ୍ଗାଯିବା ପରେ ପଞ୍ଜାବର ଅମୃତସର ସ୍ୱର୍ଣ୍ଣ ମନ୍ଦିର ଅନୁକରଣରେ ପରିକ୍ରମା ପଥ ନିର୍ମାଣ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons