ପାରାଦୀପ : ଯୁବକଙ୍କୁ ହାଣି ଲୁଟିନେଲେ ୫୦ ହଜାର ଟଙ୍କା । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ଅଞ୍ଚଳରେ ଲୁଟ୍ ହୋଇଛି । ନିଜ ସମ୍ପର୍କୀୟଙ୍କ ଘରୁ ଟଙ୍କା ନେଇ ବାଇକ୍ରେ ଯାଉଥିଲେ ପ୍ରକାଶ ମହାପାତ୍ର । ଗୁରୁତର ଅବସ୍ଥାରେ ପ୍ରକାଶଙ୍କୁ ପ୍ରଥମେ କୁଜଙ୍ଗ ଓ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ୨ଟି ବାଇକ୍ରେ ଆସି ୫ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଟଙ୍କା ସହ ପିନ୍ଧିଥିବା ସୁନା ଚେନ୍ ମଧ୍ୟ ଲୁଟ୍ କରିନେଇଛନ୍ତି ଦୁର୍ବୃତ୍ତ ।
Comments are closed, but trackbacks and pingbacks are open.