ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଫ୍ୟୁଚର ଗ୍ରୁପ୍ର ଲୋକପ୍ରିୟ ଫ୍ୟାସନ ଶୃଙ୍ଖଳ ‘ଏଫ୍ବିବି’ ପକ୍ଷରୁ ଆଜିଠାରୁ ‘ୱିକେଣ୍ଡସ୍ ଆର୍ ଟ୍ରାଏଡେଜ୍’ ଡିଲ୍ ଆରମ୍ଭ ହୋଇଛି । ପ୍ରତି ସପ୍ତାହର ଶୁକ୍ରବାରଠାରୁ ରବିବାର ଯାଏଁ ଏହି ଡିଲ୍ ପାଳନ କରାଯିବ । ଏହି ଡିଲ୍ ଅନୁସାରେ, ପ୍ରତି ସପ୍ତାହର ଶେଷ ୩ ଦିନରେ ପୁରୁଷ ଓ ମହିଳାଙ୍କ ସ୍ୱତନ୍ତ୍ର ପୋଷାକ କ୍ରୟ ଉପରେ ୧୦୦ ଟଙ୍କାର ରିହାତି ମିଳିବ । ଏ ସମ୍ପର୍କରେ ଏଫ୍ବିବି ସତ୍ୟମ ଶିବମ୍ ସୁନ୍ଦରମ୍ର ଷ୍ଟୋର ମ୍ୟାନେଜର ଜନାର୍ଦ୍ଦନ ପଣ୍ଡା କହିଛନ୍ତି, ସଂସ୍ଥା ସବୁବେଳେ ନିଜ ଗ୍ରାହକଙ୍କୁ ଫ୍ୟାସନ ଟ୍ରେଣ୍ଡ ଓ ଅଫର୍ ଦେବାକୁ ଚାହେଁ । ୱିକେଣ୍ଡସ୍ ଆର୍ ଟ୍ରାଏଡେଜ୍ ଏଭଳି ଏକ ଡିଲ୍ ଯାହାକି ପ୍ରତି ସପ୍ତାହର ଶେଷ ଦିନଗୁଡ଼ିକରେ ଗ୍ରାହକଙ୍କ ପାଇଁ ଶ୍ରେଷ୍ଠ ମୂଲ୍ୟରେ ସଦ୍ୟତମ ଫ୍ୟାସନକୁ ପ୍ରଦାନ କରିବ ।


Comments are closed, but trackbacks and pingbacks are open.