ଆଇଏମ୍ଏ ସ୍କାମ୍ :ଟଙ୍କା ନେଇ କମ୍ପାନି ମାଲିକ ଛୁ

Get real time updates directly on you device, subscribe now.

ବେଙ୍ଗାଲୁରୁ:ନିଜ କଷ୍ଟଅର୍ଜିତ ଧନକୁ ଲଗାଇ କିଛି ପାଇବାର ଆଶା ରଖିଥିଲେ । କିନ୍ତୁ ସବୁ କିଛି ପାଣି ଫୋଟକା ପରି ମିଳେଇଗଲା । ବେଙ୍ଗାଲୁରୁର ୨୩,୦୦୦ରୁ ଊଦ୍ଧ୍ୱର୍ ନିବେଶକଙ୍କୁ ବୋକା ବନାଇ ଦୁବାଇ ଛୁ ହୋଇଯାଇଛନ୍ତି ଆଇ ମନେଟାରି ଆଡ୍ଭାଇଜରି (ଆଇଏମ୍ଏ) ଗ୍ରୁପ୍ ମାଲିକ ମହମ୍ମଦ ମନ୍ସୁର ଖାନ । ପୋଲିସ ସୂତ୍ରରୁ ଏହା ଜଣାଯାଇଛି । ଶିବାଜୀନଗରସ୍ଥିତ ଏହି ଆର୍ଥିକ ସଂସ୍ଥା ନିବେଶକଙ୍କୁ ୧୮ଧ ରିଟର୍ଣ୍ଣ ଦେବାର ପ୍ରତିଶ୍ରୁତି କରିଥିଲା । ଏବେ ସୁଧ ଛାଡ ମୂଳଧନ ମିଳିବ କି ନ ମଳିବ ତାହାକୁ ନେଇ ବଡ଼ ପ୍ରଶ୍ନ । କମ୍ପାନିର ମାଲିକ ଛୁ ହୋଇଯାଇଥିବା ଖବର ପ୍ରସାରିତ ହେବା ପରେ ନିବେଶକ ଏବେ ଏକ୍ଦମ୍ ହତବାକ୍ ହୋଇଯାଇଛନ୍ତି । ପୋଲିସ ସୂତ୍ରରୁ ଜଣାଯାଇଛି ଯେ, ପ୍ରଥମ ଅଭିଯୋଗ ଆସିବାର ଦିନକ ପୂର୍ବରୁ ହିଁ ମନ୍ସୂର ଖାନ୍ ଦେଶରୁ ଫେରାର ହୋଇଯାଇଥିଲେ । ଜୁନ୍ ୮ ରାତ୍ରିରେ ଏକ ଏୟାର୍ବସ୍ ଜରିଆରେ ଚମ୍ପଟ ମାରିଛନ୍ତି ସେ । ତାଙ୍କ ବିରୋଧରେ ବର୍ତ୍ତମାନ ଲୁକ୍ଆଉଟ୍ ସର୍କୁଲାର ଜାରି କରିଛି ବେଙ୍ଗାଲୁରୁ ପୋଲିସ ।
ସୂଚନାଥାଉକି, ପ୍ରଥମ ଅଭିଯୋଗ ହେବାର ୨୪ ଘଣ୍ଟା ପରେ ଖାନ୍ ଏକ ଅଡିଓ କ୍ଲିପ୍ ଜାରି କରିଥିଲେ । ଏଥିରେ ସେ ଆତ୍ମହତ୍ୟା କରିବାର ଧମକ ଦେଇଥିଲେ । ଏହି ଅଡିଓ କ୍ଲିପ୍ ହ୍ୱାଟ୍ସଆପ୍ରେ ଘୂରି ବୁଲିବା ପରେ ହଜାର ହଜାର ନିବେଶକ ଖାନ୍ଙ୍କ ବିରୋଧରେ ଅଭିଯୋଗ ଦାଏର କରିବା ପାଇଁ କମର୍ସିଆଲ ଷ୍ଟ୍ରିଟ୍ ପୋଲିସ୍ ଷ୍ଟେସନ୍କୁ ସୁଅ ଛୁଟାଇଥିଲେ । କିନ୍ତୁ ସେତେବେଳକୁ ଖାନ୍ ଛୁ ହୋଇସାରିଥିଲେ ।
୨୦୦୬ରେ ଆରମ୍ଭ ହୋଇଥିବା ଆଇଏମଏ ମାସକୁ ୧୪ରୁ ୧୮ଧ ରିଟର୍ଣ୍ଣ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଏହା ଏକ ପଞ୍ଜି ସ୍କିମ୍ ଭଳି ଚାଲିଥିଲା । ଏଭଳି ଲୋଭ ଦେଖାଇ କମ୍ପାନି ଲୋକଙ୍କଠାରୁ ୨,୦୦୦ କୋଟି ଟଙ୍କାର ଜମା ସଂଗ୍ରହ କରିନେଇଥିଲା । ନିବେଶକଙ୍କ ମଧ୍ୟରେ ଅଧିକାଂଶ ମୁସଲିମ ସମ୍ପ୍ରଦାୟର । ଆର୍ଥିକ ସଂସ୍ଥା ବ୍ୟତୀତ ଅଳଙ୍କାର, ରିଅଲ ଇଷ୍ଟେଟ, ସୁନା ବ୍ୟବସାୟ, ଫାର୍ମାସି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆଇଏମଏ କାରବାର କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons