ନାବାଳିକାକୁ ପେଟ୍ରୋଲ ଢାଳି ଜାଳିଲା ପ୍ରେମିକ

Get real time updates directly on you device, subscribe now.

ବାସୁଦେବପୁର, (ବି.ବି.ନ୍ୟୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ନୂଆଗାଁ ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଏକ ତରଫା ପ୍ରେମ କରି ବିଫଳ ହେବା ପରେ ଜଣେ ପ୍ରେମିକ ନୃଶଂସତାର ସୀମା ଲଂଘିଛନ୍ତି । ଜଣେ ନାବାଳିକାଙ୍କୁ (୧୫) ଘରେ ପୂରାଇ ପେଟ୍ରୋଲ ଢାଳି ପୋଡ଼ି ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । \n ମୁଁ ମରିଗଲି, ମୋତେ ବଞ୍ଚାଅ । ଦେହରେ ନିଆଁ ଜଳୁଥିବା ସମ୍ପୃକ୍ତା ନାବାଳିକା ଚିକ୍ରାର ଶୁଣିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଆଜି ଏହି ଦୃଶ୍ୟ ଦେଖି ହତବାକୁ ହୋଇଛନ୍ତି । ଅପରାହ୍ଣ ୩ଟା ବେଳେ ଏହି ଘଟଣା ଘଟିଥିଲା । \n ଏକତରଫା ପ୍ରେମକୁ ନେଇ ପ୍ରେମିକ ପ୍ରତ୍ିଶୋଧପରାୟଣ ହୋଇ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଏନେଇ ସମ୍ପୃକ୍ତ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ଆଜି ସିଦ୍ଧାର୍ଥ ମଳିକ ନାମକ ଯୁବକ ନାବାଳିକାଙ୍କୁ ତାଙ୍କ ଘରୁ କୌଣସି କାମର ବାହାନା ଦେଖାଇ ନିଜ ଘରକୁ ଡାକି ନେଇଥିଲେ । ଏକ ନିଛାଟିଆ ଘରେ ତାଙ୍କୁ ନେଇ ପ୍ରେମ ନିବେଦନ କରିଥିଲେ । ବାହା ହେବାକୁ ଜିଦ୍ ଧରିଥିଲେ । ନାବାଳିକା ରାଜି ନ ହେବାରୁ ନିଜ ବାଇକରୁ ପେଟ୍ରୋଲ କାଢି ତାଙ୍କ ଉପରେ ଢାଳି ଥିଲେ । ନିଆଁ ଲଗାଇ ଦେଇଥିବା ନିଜେ ନାବାଳିକା ଜଣକ ପୁଲିସକୁ ବୟାନ ଦେଇଛନ୍ତି । ଘଟଣା ପରେ ଅଭିଯୁକ୍ତ ସିଦ୍ଧାର୍ଥ ଫେରାର ହୋଇଯାଇଛନ୍ତି । \n ନାବାଳିକା ଜଣକ ଜଳୁଥିବା ବେଳେ ଘରୁ ଚିକ୍ରାର କରିଥିଲେ । ପରେ ସ୍ଥାନୀୟ ଓ ପରିବାର ଲୋକେ ପହଞ୍ଚି ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ କଟକ ସ୍ଥାନାନ୍ତର କରାଯାଇଥିଲା । ନାବାଳିକା ବାପା ଝିଅକୁ ସିଦ୍ଧାର୍ଥ ପୋଡ଼ି ହତ୍ୟା କରିବାକୁ ଚକ୍ରାନ୍ତ କରିଥିବା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ବାସ୍ଦେବପୁର ଡାକ୍ତରଖାନାରେ ପହଞ୍ଚି ଅର୍ଦ୍ଧଦଗ୍ଧ ନାବାଳିକାଙ୍କ ନିକଟରୁ ବୟାନ ରେକର୍ଡ଼ କରିଛନ୍ତି । ପୁଲିସ ନୂଆଗାଁକୁ ଯାଇ ଘଟିଥିବା ଘଟଣାସ୍ଥଳ ବୁଲି ଦେଖିବା ସହ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons