ଯୁକ୍ତ ୨ ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ୭୫% ରହିବା ଉପରେ ଗୁରତ୍ୱ

Get real time updates directly on you device, subscribe now.

ଭୁବନେଶ୍ୱର: ଯୁକ୍ତ ୨ ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ୭୫ ପ୍ରତିଶତ ରହିବା ଉପରେ ଗୁରତ୍ୱ ଦିଆଯିବା ସହ ପ୍ରଥମ ବର୍ଷର କୋର୍ସ ଫାଇନାଲ ପରୀକ୍ଷାରେ ସାମିଲ କରିବାକୁ CHSEର ଏକାଡେମିକ୍ କାଉନସିଲକୁ ଏକ ପ୍ରସ୍ତାବ ଦିଆଯାଇଛି। CHSE ଅଧିକାରୀଙ୍କ ସହ ସମୀକ୍ଷା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କ ମନରେ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଏଭଳି ଯୋଜନା କରାଯାଉଥିବା ମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons