ହିଣ୍ଡାଲ୍କୋର ମେଗା ବୃକ୍ଷରୋପଣ ଅଭିଯାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପରିବେଶ ସୁରକ୍ଷା ତଥା ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଉଦ୍ଦେଶ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପ୍ କମ୍ପାନି ହିଣ୍ଡାଲ୍କୋ ହୀରାକୁଦ ପକ୍ଷରୁ ଏକ ମେଗା ବୃକ୍ଷରୋପଣ ଅଭିଯାନ ଅନୁଷ୍ଠିତ ହୋଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ବୃକ୍ଷରୋପଣ ଓ ବୃକ୍ଷ ସୁରକ୍ଷା ଉପରେ ସଚେତନତା କରାଯାଇଛି । ହୀରାକୁଦର ଡ. ବି ଆର୍ ଆମ୍ବେଦକର ଯୁବକ ସଂଘ ସହଯୋଗରେ ହିଣ୍ଡାଲ୍କୋ ସିଏସ୍ଆର୍ ବିଭାଗର ଜଗଦୀଶ ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏ କାର୍ଯ୍ୟକ୍ରମରେ ରିକ୍ସାପଡ଼ା ଅଞ୍ଚଳରେ ୩୦୦ରୁ ଅଧିକ ଚାରା ଲଗାଯାଇଥିଲା । ଏ ସମ୍ପର୍କରେ ହିଣ୍ଡାଲ୍କୋ ସମ୍ବଲପୁର କ୍ଲଷ୍ଟର ମୁଖ୍ୟ ଆର୍ କେ ଗୁପ୍ତା କହିଛନ୍ତି, ଏକ ଦାୟିତ୍ୱବାନ କର୍ପୋରେଟ ନାଗରିକ ଭାବେ କମ୍ପାନି ସବୁବେଳେ ପରିବେଶ ସୁରକ୍ଷା ପ୍ରତି ପ୍ରତିବଦ୍ଧ ଓ ସଚେତନ । ଏକ ନିରନ୍ତର ଭବିଷ୍ୟତ ଗଠନ ଉଦ୍ଦେଶ୍ୟରେ ହିଣ୍ଡାଲ୍କୋ ସର୍ବଦା ଉଦ୍ୟମ କରୁଛି । ଏହି ବୃକ୍ଷରୋପଣ ଅଭିଯାନ ଏହାର ଏକ ଅଂଶବିଶେଷ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons