ରୋହତକ: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମ ୨ ବର୍ଷ ତଳେ ୨୦୧୭ ମସିହା ଅଗଷ୍ଟ ୨୫ ତାରିଖରେ ଜେଲରେ ବନ୍ଦୀ ହୋଇଥିଲେ । ବଳା+ାର ଓ ହତ୍ୟା ମାମଲାରେ ଦଣ୍ଡିତ ହୋଇ କଏଦୀ ନମ୍ବର ୮୬୪୭ ଭାବେ ହରିୟାନାର ସୁନରିୟା ଜେଲରେ ସେ ଏବେ ଜୀବନ ବିତାଉଛନ୍ତି । ଦିନେ ରାଜକୀୟ ଜୀବନ ବିତାଉଥିବା ରାମ ରହିମ ଏବେ ଅତି ସାଧାରଣ ମଣିଷର ଜୀବନ ବଞ୍ଚୁଥିବା ଜଣାପଡ଼ିଛି । ସେ ଦୈନିକ ୪୦ ଟଙ୍କା ମଜୁରୀରେ ଜେଲ ପରିସରରେ ଥିବା ଖାଲି ପଡ଼ିଆରେ ପନିପରିବା ଚାଷ କରୁଛନ୍ତି । ୨ ବର୍ଷ ମଧ୍ୟରେ ପରିବା ଚାଷ କରି ସେ ୧୮ ହଜାରରୁ ଊଦ୍ଧ୍ୱର୍ ଟଙ୍କା ରୋଜଗାର କରିସାରିଲେଣି । ଦିନ ଥିଲା ସେ ଦୈନିକ ନିଜ ପିଚ୍ଛା ୧୮ ହଜରରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିଲେ । ଝାଳବୁହା ପରିଶ୍ରମର ପରିଣାମ ସ୍ୱରୂପ ଇତି ମଧ୍ୟରେ ରାମରହିମଙ୍କ ଓଜନ ୧୫ କିଲୋ କମି ଯାଇଛି । ଜେଲ ଯିବା ପୂର୍ବରୁ ତାଙ୍କ ଓଜନ ୧୦୫ କିଲୋ ଥିବା ବେଳେ ଏବେ ତାହା ୯୦ କିଲୋରେ ପହଞ୍ଚିଯାଇଛି । ସୁନରିୟା ଜେଲର ଏକ ସ୍ୱତନ୍ତ୍ର କୋଠରୀରେ ଅନ୍ୟ କଏଦୀମାନଙ୍କଠାରୁ ଦୂରରେ ରାମରହିମଙ୍କୁ ରଖାଯାଇଛି । ସେ ରହିବା ପରଠାରୁ ଏହି ଜେଲକୁ ଅତି ସମ୍ବେଦନଶୀଳ ଜେଲରେ ପରିଣତ କରାଯିବା ସହ ସୁରକ୍ଷା ପାଇଁ ପାରା ମିଲିଟାରୀ ଫୋର୍ସଙ୍କୁ ମୁତୟନ କରାଯାଇଛି । ଜେଲ୍ଠାରୁ ୩ କିମି ପରିସର ମଧ୍ୟରେ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଜେଲର ଜନୈକ ଅଧିକାରୀଙ୍କ କହିବା ଅନୁଯାୟୀ, ରାମରହିମ ଜେଲରେ ବନ୍ଦୀ ହେବାର କିଛି ଦିନ ପର୍ଯ୍ୟନ୍ତ ଗରମ ଯୋଗୁ ଶୋଇପାରୁନଥିଲେ । କିନ୍ତୁ ବର୍ଣ୍ଟମାନ ସ୍ଥିତି ସ୍ୱାଭାବିକ ହୋଇଯାଇଛି । ତାଙ୍କର ପୋଷ୍ୟ କନ୍ୟା ହନିପ୍ରିତ୍ ୨ ବର୍ଷ ମଧ୍ୟରେ ମାତ୍ର ଥରୁଟିଏ ରାମ ରହିମ୍ଙ୍କୁ ଦେଖା କରିବାକୁ ଆସିଥିବା ବେଳେ ତାଙ୍କ ଘରଲୋକ ପ୍ରତି ସପ୍ତାହରେ ତାଙ୍କୁ ଭେଟିବାକୁ ଆସୁଥିବା ଜେଲ୍ କର୍ଣ୍ଟୁପକ୍ଷ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଇତିମଧ୍ୟରେ ପାରୋଲରେ ବାହାରିବାକୁ ରାମରହିମ ଦୁଇଦୁଇଥର ଆବେଦନ କରିଥିଲେ ମଧ୍ୟ ତାଙ୍କର ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି ।
Comments are closed, but trackbacks and pingbacks are open.