ବାହରିନରେ ସମ୍ମାନିତ ହେଲେ ମୋଦି

Get real time updates directly on you device, subscribe now.

ମାନାମା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ଆରବ ଏମିରେଟ୍ସ୍(ୟୁଏଇ) ଗସ୍ତ ପରେ ଶନିବାର ବାହରିନଠାରେ ପହଞ୍ଚଥିଲେ । ସେଠାରେ ତାଙ୍କୁ ବାହରିନର ରାଜା ହମାଦ ବିନ ଇସା ବିନ ସଲମାନ ଅଲ ଖଲିଫା ସ୍ୱାଗତ କରିବା ସହ ‘ଦି କିଙ୍ଗ ହମାଦ ଅର୍ଡର ଅଫ ଦ ରେନାସାଁ’ ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ଅବସରରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଭାରତ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାରଙ୍କ ସୂଚନା ଅନୁଯାୟୀ, ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ଏବଂ ସାଂସ୍କୃତିକ ସହଯୋଗରେ ସୁଧାର ସମ୍ପର୍କରେ ମୋଦି ଏବଂ ହମାଦ ବିନ ଆଲୋଚନା କରିଥିଲେ । ବାହରିନର ପ୍ରସିଦ୍ଧ ଶ୍ରୀନାଥ ମନ୍ଦିରକୁ ଯାଇ ମୋଦି ଦର୍ଶନ କରିଥିବା ମଧ୍ୟ ଜଣାପଡ଼ିଛି । ମୋଦି ବାହରିନଠାରେ ପ୍ରବାସୀ ଭାରତୀୟମାନଙ୍କ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ମଧ୍ୟ ଯୋଗ ଦେଇଥିଲେ । ଏଠାରେ ସେ ଅରୁଣ ଜେଟଲୀଙ୍କୁ ମନ ପକାଇ ଆବେଗପୂର୍ଣ୍ଣ ଭାଷଣ ଦେଇ କହିଥିଲେ ଯେ, ‘ମୁଁ ମୋ ମନର କୋହକୁ ଚାପି ଆପଣଙ୍କ ମଧ୍ୟରେ ଠିଆ ହୋଇଛି । ବିଦ୍ୟାର୍ଥୀ ଜୀବନଠାରୁ ଆରମ୍ଭ କରି ସାର୍ବଜନିକ ଜୀବନ ପର୍ଯ୍ୟନ୍ତ ଆମେ ଏକାଠି ଥିଲୁ । ପ୍ରତିଟି ମୁହୂର୍ଣ୍ଟ ଜଣେ ଜଣଙ୍କ ସହ ବିତାଇଛୁ’ । ସେ ଆହୁରି ମଧ୍ୟ କହିଥିଲେ ଯେ, ଏକଥା ମୁଁ କଳ୍ପନା ମଧ୍ୟ କରିପାରୁନି କି, ମୁଁ ଆଜି ଏତେ ଦୂରରେ ଅଛି ଆଉ ସେଠାରେ ମୋର ଜଣେ ବନ୍ଧୁ ଚାଲି ଯାଇଛି । ଏହା ତାଙ୍କ ପାଇଁ ଏକ ଚିନ୍ତାର ସମୟ ବୋଲି ମୋଦି ପ୍ରକାଶ କରିବା ସହ ଗୋଟିଏ ପାଶ୍ୱର୍ରେ କର୍ଣ୍ଟବ୍ୟ ଏବଂ ଗୋଟିଏ ପାଶ୍ୱର୍ରେ ବନ୍ଧୁତ୍ୱ ରହୁଥିବା ସେ କହିଥିଲେ । ଉଲ୍ଲେଖଯୋଗ୍ୟ ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ଏବଂ ୟୁଏଇ ପରେ ବାହରିନରେ ପହଞ୍ଚିଥିଲେ । ୟୁଏଇରେ ମୋଦିଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ଜାୟେଦ’ରେ ସମ୍ମାନିତ କରାଯାଇଥିଲା । ଇତିମଧ୍ୟରେ ବାହାରିନ ଗସ୍ତ ଶେଷକରି ମୋଦି ଜି-୭ ସମ୍ମିଳନୀରେ ଯୋଗ ଦେବା ପାଇଁ ଫ୍ରାନ୍ସକୁ ପୁଣି ଫେରିିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons