ମୋଦିଙ୍କ ‘ମନ୍ କୀ ବାତ୍’:ପ୍ଲାଷ୍ଟିକ ବିରୋଧରେ ହେବ ଗଣଆନ୍ଦୋଳନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ଦେଶବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଭାବ ବିନିମୟ କରିଛନ୍ତି । ସେ ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣ ଓ ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇଥିଲେ । ଏଥିସହିତ ସ୍ୱଚ୍ଛତା ଅଭିଯାନ, ଫିଟ୍ ଇଣ୍ଡିଆ ଭଳି ଅନେକ ପ୍ରସଙ୍ଗରେ ମତ ରଖିଥିଲେ ।ପ୍ରଧାନମନ୍ତ୍ରୀ କହିଥିଲେ ଯେ କିଛିଦିନ ଭିତରେ ଆମେ ଅନେକ ଉତ୍ସବ ମନାଇଛୁ । ଶନିବାର ଦେଶବ୍ୟାପୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ -ଜନଷ୍ଟାମୀ ପାଳନ କରାଯାଇଛି । ମିତ୍ରତା ଯେଭଳି ହେଉନା କାହିଁକି ସୁଦାମଙ୍କ ଭଳି ମିତ୍ର ସବୁଦିନ ଲାଗି ମନେରହିବେ । ଏତେ ମହାନତା ଥିବା ସଣ୍ଟେ୍ୱ ଭଗବାନ ଶ୍ରୀକୃଷ୍ଣ ଯୁଦ୍ଧ ଭୂମିରେ ସାରଥୀ ଭୂମିକା ନିଭାଇଥିଲେ । ଆଜି ଭାରତ ଆଉ ଏକ ବଡ ଉତ୍ସବ ପାଇଁ ଆୟୋଜନରେ ଲାଗିପଡିଛି । ତାହା ହେଉଛି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ସମାରୋହ । ଗାନ୍ଧିଜୀ କୃଷକଙ୍କ ସେବା କରିଥିଲେ । ଯେଉଁମାନଙ୍କ ପ୍ରତି ଚମ୍ପାରଣରେ ଭେଦଭାବ କରାଯାଉଥିଲା । ଯେଉଁ କଳକାରଖାନା ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ ମିଳୁ ନଥିଲା, ସେମାନଙ୍କ ପାଇଁ କାର୍ଯ୍ୟ କରିଥିଲେ । ଗରିବ, ଦୁର୍ବଳ ଓ ନିଷ୍ପେସିତଙ୍କ ସେବାକୁ ଗାନ୍ଧିଜୀ ନିଜ ଜୀବନର ପରମ କର୍ଣ୍ଟବ୍ୟ ବୋଲି ଭାବିଥିଲେ । ଗାନ୍ଧିଜୀ ସେବାକୁ ଶବ୍ଦରେ ନୁହେଁ, ନିଜେ କରିକି ଶିଖାଇଥିଲେ । ସତ୍ୟ ସହିତ ଗାନ୍ଧିଜୀଙ୍କର ଯେଭଳି ଅତୁଟ ବନ୍ଧନ ଥିଲା ସେବା ସହ ମଧ୍ୟ ସେଭଳି ଥିଲା । ଗାନ୍ଧିଜୀ କେବଳ କୋଟି କୋଟି ଭାରତୀୟଙ୍କ ସ୍ୱର ବନି ନଥିଲେ, ବରଂ ମାନବିକ ମୂଲ୍ୟବୋଧ ଓ ଗରିମା ପାଇଁ ଅଗଣିତ ବିଶ୍ୱବାସୀଙ୍କ ସ୍ୱର ବି ବନିଥିଲେ । ଗତ କିଛିବର୍ଷ ହେଲା ଅକ୍ଟୋବର ୨ ତାରିଖ ଗାନ୍ଧିଜୀଙ୍କ ଜୟନ୍ତୀର ଦୁଇ ସପ୍ତାହ ପୂର୍ବରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ଚାଲିଆସିଛି । ଚଳିତବର୍ଷ ଏହା ସେପ୍ଟେମ୍ବର ୧୧ ତାରିଖରୁ ଆରମ୍ଭ ହେବ ।ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅକ୍ଟୋବର ୨ ତାରିଖ ଦିନ ଆମେ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ପାଳନ କରିବା । ସେହିଦିନ ଆମେ ଗାନ୍ଧିଜୀଙ୍କୁ ଭାରତକୁ ଖୋଲା ଶୌଚମୁକ୍ତ ଦେଶ ଭାବେ ସମର୍ପିତ କରିବା । ଏଥିସହିତ ପ୍ଲାଷ୍ଟିକ ବିରୋଧରେ ଏକ ନୂଆ ଗଣ ଆନ୍ଦୋଳନ ଆରମ୍ଭ କରିବା । ପରିବେଶ ପାଇଁ ଘାତକ ସାଜିଥିବା ଏକକ ବ୍ୟବହୃତ ପ୍ଲାଷ୍ଟିକୁ ସମ୍ପୂର୍ଣ୍ଣ ବର୍ଜନ କରିବାକୁ ପଡିବ । ମାତୃଭୂମିକୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ସମାଜର ସବୁ ବର୍ଗର ଲୋକେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ । ଏଥିସହିତ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ ଓ ତାକୁ ଗୋଟିଏ ସ୍ଥାନରେ ଗଚ୍ଛିତ ରଖିବାକୁ ସେ ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ପୌର ନିଗମ, ପୌର ପରିଷଦ, ଗ୍ରାମ ପଞ୍ଚାୟତ ଓ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।ସେହିଭଳି ପ୍ରଧାନମନ୍ତ୍ରୀ ଡିସ୍କଭରି ଚ୍ୟାନେଲରେ ଡକ୍ୟୁମେଣ୍ଟାରୀ ଶୋ ‘ମ୍ୟାନ୍ ଭର୍ସେସ ୱାଇଲ୍ଡ’ କଥା ମଧ୍ୟ ଉଲ୍ଲେଖ କରିଥିଲେ । କହିଥିଲେ ଭାରତର ସନ୍ଦେଶ, ଏହାର ପରମ୍ପରା, ସଂସ୍କାର ଯାତ୍ରା, ପ୍ରକୃତି ପ୍ରତି ସମ୍ବେଦନଶୀଳତା ଆଦି ପ୍ରସଙ୍ଗରେ ବିଶ୍ୱବାସୀଙ୍କୁ ପରିଚିତ କରାଇବାରେ ଏହି ଏପିସୋଡ ସହାୟକ ହେବ । ଜିମ୍ କୋର୍ବର୍ଟ ନ୍ୟାସନାଲ ପାର୍କରେ ବେୟର ଗ୍ରିଲ୍ସଙ୍କ ସହ ଶୋ ସୁଟିଂ ସମୟରେ ସେ ହିନ୍ଦୀରେ କଥାବାର୍ଣ୍ଟା କରିଥିଲେ । କିନ୍ତୁ ତାଙ୍କ ହିନ୍ଦୀଙ୍କୁ ବେୟର କିଭଳି ବୁଝିଲେ ସେହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । କିନ୍ତୁ ଏହା ସମ୍ଭବ ହୋଇଛି ଆଧୁନିକ ପ୍ରଯୁକ୍ତି ବିଦ୍ୟା ଯୋଗୁ । ଏହି ପ୍ରଯୁକ୍ତି ବିଦ୍ୟା ବେୟରଙ୍କ ସହିତ ତାଙ୍କର କଥୋପକଥନର ସେତୁ ପାଲଟିଥିଲା । ବେୟର ନିଜ କାନରେ ଏକ ପ୍ରଯୁକ୍ତି ଉପକରଣ ଲଗାଇଥିଲେ । ଯାହାଫଳରେ ସେ ହିନ୍ଦୀରେ କହୁଥିଲା ବେଳେ ତାହା ବେୟରଙ୍କୁ ଇଂରାଜୀ ଅନୁବାଦ ହୋଇ ଶୁଣାଯାଇଥିଲା । ଏହି ଡକ୍ୟୁମେଣ୍ଟାରି ପ୍ରସାରଣ ହେବା ପରେ ବିଶ୍ୱର ବହୁ ଲୋକ ଦେଖିବା ସହିତ ପାର୍କ ବିଷୟରେ ମଧ୍ୟ ଚର୍ଚ୍ଚା କରିଛନ୍ତି । ବନ୍ୟପ୍ରାଣୀ ଓ ପ୍ରକୃତି ସହ ଜଡିତ ଏଭଳି ସ୍ଥାନ ପରିଦର୍ଶନ କରିବାକୁ ମୋଦି ପରାମର୍ଶ ଦେଇଛନ୍ତି ।ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ବର୍ଣ୍ଟମାନ ନୂଆ ଭାରତର ସମୟ । ଯେଉଁଥି ପାଇଁ ଆମେ ଲକ୍ଷ୍ୟକୁ ତୁରନ୍ତ ପୁରଣ କରିପାରୁଛୁ । ଆମେ ୨୦୧୯ରେ ବାଘ ସଂଖ୍ୟା ଦୁଇଗୁଣ କରିପାରିଛୁ । କେବଳ ବାଘ ନୁହେଁ, ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ଓ ଗୋଷ୍ଠୀ ସଂରକ୍ଷିତ ଅଞ୍ଚଳର ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି । ବର୍ଣ୍ଟମାନ ଭାରତରେ ବାଘ ସଂଖ୍ୟା ରହିଛି ୨,୯୬୭ । ଆସନ୍ତା ଅଗଷ୍ଟ ୨୯ ତାରିଖକୁ ରାଷ୍ଟ୍ରୀୟ ଖେଳ ଦିବସ ଭାବେ ପାଳନ କରାଯିବ । ଏହି ଅବସରରେ ଦେଶବ୍ୟାପୀ ଫିଟ୍ ଇଣ୍ଡିଆ ଆନ୍ଦୋଳନ ମଧ୍ୟ ଆରମ୍ଭ କରାଯିବ । ବର୍ଣ୍ଟମାନ ନିଜକୁ ଫିଟ ରଖିବା ସହିତ ଦେଶକୁ ଫିଟ ବନାଇବାର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons