୪ ବିଧାନସଭା ଆସନରେ ଉପନିର୍ବାଚନ ତାରିଖ ଘୋଷଣା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଚାରୋଟି ରାଜ୍ୟର ୪ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୨୩ରେ ଏହି ସବୁ ଆସନରେ ମତଦାନ ଅନୁଷ୍ଠିତ ହେବ ଓ ୨୭ରେ ଫଳାଫଳ ଘୋଷଣା କରାଯିବ । ଏହି ଆସନଗୁଡିକ ମଧ୍ୟରେ ରହିଛି ଛତିଶଗଡର ଦାନ୍ତେୱାଡା, କେରଳର ପାଲା, ତ୍ରିପୁରାର ବୁଧରଘାଟ ଏବଂ ଉଣ୍ଟରପ୍ରଦେଶର ହମିରପୁର । ଦାନ୍ତେୱାଡା, ପାଲା ଓ ବୁଧରଘାଟ ଆସନରେ କାର୍ଯ୍ୟରତ ବିଧାୟକଙ୍କ ମୃତ୍ୟୁ ପରେ ସେଠାରେ ଉପନିର୍ବାଚନର ଆବଶ୍ୟକତା ଦେଖାଦେଇଛିା । ଅନ୍ୟପକ୍ଷରେ ହମିରପୁର ଆସନରୁ ନିର୍ବାଚିତ ବିଜେପି ବିଧାୟକ ଅଶୋକ ଚାଣ୍ଡେଲ ଅଯୋଗ୍ୟ ଘୋଷିତ ହେବା ପରେ ସେଠାରେ ଉପନିର୍ବାଚନ କରାଯାଉଛି । ନିର୍ବାଚନ ପାଇଁ ଆସନ୍ତା ୨୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ଉଣ୍ଟରପ୍ରଦେଶର ଖାଲିପଡିଥିବା ୧୨ଟି ବିଧାନସଭା ଆସନ ପାଇଁ କମିଶନଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ତାରିଖ ଘୋଷଣା ହୋଇନାହିଁ । ଏହି ଆସନରୁ ପ୍ରତିନିଧିତ୍ୱ କରୁଥିବା ବିଧାୟକମାନେ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons