ସଚିବାଳୟ ଆଗରେ ଶିକ୍ଷୟିତ୍ରୀଙ୍କ ଧାରଣା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଲୋକସେବା ସଦନ (ସଚିବାଳୟ) ସାମ୍ନାରେ ନ୍ୟାୟ ଆଶାରେ ଧାରଣା ଦେଇଛନ୍ତି ଶିକ୍ଷୟିତ୍ରୀ ଅନୁପମା ବିଶ୍ୱାଳ । ବକେୟା ପାଉଣା ଦେବା ସହ ତାଙ୍କ ବିରୋଧରେ ନିଆ ଯାଇଥିବା କାର୍ଯ୍ୟାନୁଷ୍ଠାନର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରି କରିବା ସତ୍ତେ୍ୱ କୌଣସି ସୁଫଳ ନ ମିଳିବାରୁ ସେ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି । ଅନୁପମା ଆଜି ପୂର୍ବାହ୍ନରେ ଲୋକସେବା ସଦନର ଗେଟ୍ ନମ୍ବର-୬ ସାମ୍ନାରେ ପହଞ୍ଚିଥିଲେ । ସେଠାରେ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇଥିଲେ । ତେଣୁ ସେ ଆଚାର୍ଯ୍ୟବିହାର-ଏୟାର୍ପୋର୍ଟ ରାସ୍ତା ମଝିରେ ବସି ପଡି଼ଥିଲେ । ସୁରକ୍ଷା କର୍ମୀ ତାଙ୍କୁ ବାରଣ କରିବା ପରେ ସେ ରାସ୍ତାକଡ଼ ସାଇକେଲ୍ ଟ୍ରାକ୍ ଉପରେ ଧାରଣା ଦେଇଥିଲେ । ଅନୁପମାଙ୍କ ଅଭିଯୋଗ ମୁତାବକ, ସେ ୧୯୮୭ ମସିହା ଡିସେମ୍ବରରେ ପ୍ରକଳ୍ପ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ । ହେଲେ ସହକର୍ମୀ ଓ ବରିଷ୍ଠ ଅଧିକାରୀମାନେ ଚକ୍ରାନ୍ତ କରି ତାଙ୍କୁ ବିଭିନ୍ନ ସମୟରେ ମିଛ କେସ୍ରେ ଫସାଉଛନ୍ତି । ମାନସିକ ସ୍ତରରେ ନିର୍ଯାତନା ଦେଉଛନ୍ତି । ଏନେଇ ସେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ଗଣଶିକ୍ଷା ସଚିବଙ୍କ ଯାଏ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦରଖାସ୍ତ ଦେଇଛନ୍ତି । ହେଲେ କିଛି ସୁଫଳ ମିଳିନି । ସୂଚନାଯୋଗ୍ୟ, ଅନୁପମା ଗତ ଜାନୁୟାରୀ ୧୦ ତାରିଖରେ ଅନୁଗୁଳ ବସଷ୍ଟାଣ୍ଡ୍ ପାଖ ତଥା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons