ସ୍ୱଚ୍ଛ ଇନ୍ଧନ ଭିତ୍ତିଭୂମିରେ ଦ୍ରୁତ ପରିବର୍ତ୍ତନ ଆସିଛି:ଧର୍ମେନ୍ଦ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ):ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଦେଶରେ ସ୍ୱଚ୍ଛ ଇନ୍ଧନ ଭିତ୍ତିଭୂମିରେ ଦ୍ରୁତ ପରିବର୍ତ୍ତନ ହୋଇଛି । ସୋମବାର ନୂଆଦିଲ୍ଲୀଠାରେ ୧୦ମ ସିଟି ଗ୍ୟାସ୍ ବିତରଣ(ସିଜିଡି) ବିଡିଂ ରାଉଣ୍ଡ କାର୍ଯ୍ୟ ଆରମ୍ଭ ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ଦେଶରେ ସ୍ୱଚ୍ଛ ଇନ୍ଧନ ବ୍ୟବହାରକୁ ତ୍ୱରାନ୍ୱିତ କରିବା ଏବଂ ଦେଶକୁ ଗ୍ୟାସ ଆଧାରିତ ଅର୍ଥ ବ୍ୟବସ୍ଥା ବନାଇବା ଦିଗରେ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । କେନ୍ଦ୍ର ସରକାର ଏକ ସ୍ୱଚ୍ଛ ଏବଂ ସବୁଜ ଭାରତ ନିର୍ମାଣ ପାଇଁ ଦେଶରେ ସ୍ୱଚ୍ଛ ଇନ୍ଧନର ବିକାଶ ପ୍ରତି ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ମୋଦି ସରକାରଙ୍କ ପ୍ରଥମ ବର୍ଷ ତଥା ୨୦୧୪ରୁ ସିଟି ଗ୍ୟାସ ବିତରଣ (ସିଜିଡି) ନେଟୱର୍କର ବିସ୍ତାର ସାରା ଦେଶରେ ୩୪ ଜିଏରୁ ୨୮୮ ଜିଏ ପର୍ଯ୍ୟନ୍ତ କରାଯାଇଛି । ଏହା ଦେଶର ଭୌଗୋଳିକର ପ୍ରାୟ ୫୦ ପ୍ରତିଶତ ଏବଂ ଭାରତୀୟ ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତକୁ ଆଚ୍ଛାଦିତ କରୁଛି ।ମୋଦି ସରକାରରେ ଦେଶରେ ଘରୋଇ ପିଏନଜି ସଂଯୋଗ କ୍ଷେତ୍ରରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୧୪ରୁ ଘରୋଇ ପିଏନଜି ସଂଯୋଗ ସଂଖ୍ୟା ୨୫.୪ ଲକ୍ଷ ଉପଭୋକ୍ତାରୁ ବଢି ୫୦.୪୩ ଲକ୍ଷରେ ପହଞ୍ଚିଛି । ସେହିଭଳି ପରିବେଶ ସଂରକ୍ଷଣରେ ମଧ୍ୟ ପ୍ରାକୃତିକ ଗ୍ୟାସ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ଯୁବବର୍ଗଙ୍କ ପାଇଁ ନୂଆ ଅର୍ଥନୀତି ଏବଂ ରୋଜଗାରର ସୁଯୋଗ ପ୍ରଦାନ କରୁଛି । ବିଶ୍ୱର ଦାୟିତ୍ୱସମ୍ପନ୍ନ ଦେଶ ଭାବେ ଭାରତ ଅଙ୍ଗାରକାମ୍ଳ ନିଗର୍ମନ ମାତ୍ରାକୁ ହ୍ରାସ କରିବା ନିମନ୍ତେ ସିଓପି୨୧ର ପ୍ରତିଶ୍ରୁତି ଦିଗରେ କାର୍ଯ୍ୟରତ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons