ତାଳଚେର ଫର୍ଟିଲାଇଜର୍ସର ସମୀକ୍ଷା କଲେ ଧର୍ମେନ୍ଦ୍ର:ଗ୍ୟାସ୍ ଆମଦାନି କମାଇବ ତାଳଚେର ସାର କାରଖାନା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଅନୁଗୁଳ ଜିଲ୍ଲା ତାଳଚେରରେ ପ୍ରସ୍ତାବିତ ସାର କାରଖାନା କାର୍ଯ୍ୟକ୍ଷମ ହେଲେ ଭାରତର ପ୍ରାକୃତିକ ଗ୍ୟାସ୍ ଆମଦାନି କମିବ । ତାଳଚେର ଫର୍ଟିଲାଇଜର୍ସ ଦେଶକୁ ଗ୍ୟାସ୍ ଓ ସାର କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଇବାରେ ସହାୟକ ହେବ । ତାଳଚେର ସାର କାରଖାନା ଅଗ୍ରଗତିର ସମୀକ୍ଷା କରି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଏହା କହିଛନ୍ତି ।ତାଳଚେର ସାର କାରଖାନାକୁ ଶୀଘ୍ର କାର୍ଯ୍ୟକ୍ଷମ କରାଇବା ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଏକ ସମୀକ୍ଷା ବୈଠକ ଡକାଇଥିଲେ । ଏଥିରେ ସେ କେନ୍ଦ୍ର ସାର ବିଭାଗ, ପେଟ୍ରୋଲିୟମ ମନ୍ତ୍ରାଳୟ ଓ ତାଳଚେର ଫର୍ଟିଲାଇଜର୍ସ ଅଧିକାରୀଙ୍କ ସହ ତ୍ୱରିତ୍ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ନେଇ ଆଲୋଚନା କରିଥିଲେ । ସୂଚନା ଥାଉକି, ୨୦୦୨ ପରଠାରୁ ବନ୍ଦ ପଡ଼ିଥିବା ତାଳଚେର ସାରା କାରଖାନାର ପୁନରୁଦ୍ଧାର ପାଇଁ ଗେଲ୍, କୋଲ୍ ଇଣ୍ଡିଆ ଲିମିଟେଡ୍, ଆର୍ସିଏଫ୍ ଓ ଫର୍ଟିଲାଇଜର୍ସ କର୍ପୋରେସନ ଅଫ୍ ଇଣ୍ଡିଆ ମିଳିତ ଭାବେ ‘ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍’ ଯୌଥ ଉଦ୍ୟୋଗ ସ୍ଥାପନ କରିଛନ୍ତି ।ତାଳଚେରଠାରେ ବାର୍ଷିକ ୧.୯୯ ନିୟୁତ ଟନ୍ କ୍ଷମତାର କୋଇଲାଭିତ୍ତିକ ୟୁରିଆ ସାର କମ୍ପେ୍ଲକ୍ସ ସ୍ଥାପନ ପାଇଁ ତାଳଚେର ଫର୍ଟିଲାଇଜର୍ସ ଦେଇଥିବା ପ୍ରସ୍ତାବକୁ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଉଚ୍ଚସ୍ତରୀୟ ମଞ୍ଜୁର କର୍ତ୍ତୃପକ୍ଷ ଅନୁମୋଦନ କରିଛି । ଏହି ପ୍ରକଳ୍ପ ପାଇଁ କମ୍ପାନି ୧୪,୭୩୨ କୋଟି ଟଙ୍କା ନିବେଶ କରିବ ଓ ଏହା ୫୫୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons