ଏମାର ମଠ ଭଙ୍ଗା ଆରମ୍ଭ

Get real time updates directly on you device, subscribe now.

ପୁରୀ,(ବି.ବି.ବ୍ୟୁରୋ): ଦ୍ୱାଦଶ ଶତାବ୍ଦୀରଏମାର ମଠ ଭଙ୍ଗା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ୭୫ ମିଟର ଚୌହଦୀରେ ଉଚ୍ଛେଦ କ୍ରମରେ ରାମାନୁଜ ସଂପ୍ରଦାୟର ଏହି ମଠ ପଛପାଶ୍ୱର୍ରୁ ଭଙ୍ଗାଯାଉଛି । ମଠ ପଛରେ ଥିବା ୩ଟି ଘର ଭଙ୍ଗାଯାଇଛି । ତା ବ୍ୟତୀତ ମଠ ସାମନାରେ ରହିଥିବା ଦୋକାନ ଘରକୁ ଖାଲି କରିଦିଆଯାଇଛି ।ଦୋକାନଗୁଡିକର ସଟରଗୁଡିକ କାଢ଼ି ଦିଆଯାଇଛି । ମଠ ଭିତର ଅଂଶ ଆସନ୍ତାକାଲି ଭାଙ୍ଗିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି । ମଠ ମହନ୍ତଙ୍କ ପ୍ରକୋଷ୍ଠ, ମଠ ପୂଜାସ୍ଥାନଗୁଡିକୁ ଆଜି ହାତ ଦିଆଯାଇନାହିଁ । ଏମାର ମଠ ସାଢ଼େ ଚାରି ଏକର ଜମିରେ ନିର୍ମାଣ ହୋଇଛି । ମଠ ସଂପୂର୍ଣ୍ଣ ଉଚ୍ଛେଦ ହେଲେ ଏହି ଜମି ପ୍ରଶାସନ ଅକ୍ତିଆରକୁ ଯିବ । ମଠ ଖାଲି କରିବାକୁ ଗତକାଲି ପ୍ରଶାସନ ନିର୍ଦ୍ଦେଶ ଦେଇଥିଲା । ତଦନୁସାରେ ମଠ ପଛରେ ରହିଥିବା ମଠ ସେବକମାନେ ଘର ଖାଲି କରି ଦେଇଥିଲେ । ସେହିଭଳି ମଠ ସାମନାରେ ଦୋକାନ ଦେଇଥିବା ଲୋକମାନେ ରାତିରେ ଜିନିଷ ଖାଲି କରିବା ଆରମ୍ଭ କରିଥିଲେ । ଆଜି ମଧ୍ୟାହ୍ନ ପୂର୍ବରୁ ଦୋକାନ ସବୁ ଖାଲି ହୋଇ ଯାଇଥିଲା । ଦୋକାନ ଖାଲି ହେବା ପରେ ପ୍ରଶାସନ ରଘୁନନ୍ଦନ ପାଠାଗାର ଖାଲି କରିବା ଆରମ୍ଭ କରିଥିଲା । ଅପରାହ୍ନ ତିନିଟା ସୁଦ୍ଧା ରଘୁନନ୍ଦନ ପାଠାଗାର ଖାଲି ହୋଇଥିଲା । ଏହି ପାଠାଗାରକୁ ମଠ ଜମି ପ।।ଖରେ ଏକ ବିଶ୍ୱସ୍ତରୀୟ ଅତ୍ୟାଧୁନିକ ପାଠ।।ଗର ନିର୍ମାଣ କରାଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଗଣମାଧ୍ୟମକୁ କହିଛନ୍ତି । ଜିଲ୍ଲାପାଳ ଦୋହରାଇଛନ୍ତି ବିସ୍ଥାପିତମାନଙ୍କୁ ଅବହେଳା କରାଯିବ ନାହିଁ । ନିୟମ ମୁତାବକ ଥଇଥାନ କରିଯିବ ।ା ଲୋକମାନେ ପ୍ରଶାସନର ଥଇଥାନକୁ ଅନୁଭବ କଲାଭଳି ଉତ୍ତମ ବ୍ୟବସ୍ଥା ପାଇବେ । ଉଚ୍ଛେଦରେ କେହି ବି ବିସ୍ଥାପିତ ଉପେକ୍ଷିତ ହେବା ଭଳି ମନେ କରିବେ ନାହିଁ ।ଏହି ମଠର କୋଠାକୁ ବୈଷୟିକ କମିଟି ବିପଦସଙ୍କୁଳ ଘୋଷଣା କରିଛି । ମଠ ମହନ୍ତଙ୍କୁ ଗତକାଲି ଏହି ମଠ ଖାଲି କରିବାକୁ ଚିଠି ହୋଇଥିଲା । ବୁଧବାର ସୁଦ୍ଧା ମଠ ପରିସରରୁ ପାଠାଗାର, ଦୋକାନ ଘର, ମଠ ପଛରେ ରହିଥିବା ଘରଗୁଡିକ ଖାଲି ହୋଇ ଯାଇଛି । ମଠ ମହନ୍ତଙ୍କ ପ୍ରକୋଷ୍ଠ ଭଙ୍ଗା ଯାଇନାହିାଁ ମହନ୍ତ ଏବେ ମଠରେ ରହୁଛନ୍ତି । ମଠ ଭିତର ଭଙ୍ଗାଯିବା ପୂର୍ବରୁ ମହନ୍ତଙ୍କ ବିକଳ୍ପ ଥଇଥାନ କରାଯିବ । ଆଜି ରାତି ସୁଦ୍ଧା ଏହି କାମ ସାରିବାକୁ ପ୍ରଶାସନ ପ୍ରସ୍ତୁତି କରୁଛି । ମଠକୁ ରାଜ୍ୟ ପୁଲିସ ବାହିନୀ ଘେରାବନ୍ଦୀ କରି ରଖିଛି । ମଠ ପାଖକୁ କାହାକୁ ଛଡା ଯାଉନି ।

ସୂଚନା ମୁତାବକ ଦ୍ୱାଦଶ ଶତାବ୍ଦୀର ପ୍ରଥମ ଭାଗରେ ରାମାନୁଜ ସଂପ୍ରଦାୟ ଗୁରୁ ସନ୍ଥ ରାମାନୁଜ ଦାସ ଏହି ମଠକୁ ନିର୍ମାଣ କରିଥିଲେ । ତାମିଲ ଶବ୍ଦ “ଏମପେରୁଏମଆର” ସମୟ କ୍ରମେ ଏମାର ମଠ ରୂପେ ପରିଚିତ ହୋଇଥିବାର ବିଶ୍ୱାସ କରାଯାଉଛି । ତାମିଲରେ ଏମପେରୁଏମଆର୍ ଅର୍ଥ “ମନ୍ମାଥ” । ମଠର ପ୍ରତିଷ୍ଠାତା ବିଶିଷ୍ଟ ଅଦୈତ୍ୱାଚାର୍ଯ୍ୟ ସନ୍ଥ ରାମାନୁଜଙ୍କୁ ତାମିଲ ଶିଷ୍ୟମାନେ ମନ୍ମାଥ ସମ୍ବୋଧନ କରୁଥିଲେ । ଏହି ମଠର ମୁଖ୍ୟଦ୍ୱାର, ସାତଟି ଅଗଣା ବିପଦସଙ୍କୁଳ ଅବସ୍ଥାରେ ରହିଥିଲା । ଅଦାଲତ ଆଦେଶକ୍ରମେ ଏହି ସବୁ ନିର୍ମାଣକୁ ଆଠ ବର୍ଷ ପୂର୍ବେ ଭଙ୍ଗା ଯାଇଥିଲା । ମଠ ପରିସରରେ ବାକି ଯାହା ସବୁ ବିପଦ ସଙ୍କୁଳ ପ୍ରକୋଷ୍ଠ ରହିଥିଲା ଏବେ ଭଙ୍ଗାଯିବ । ମଠ ପରିସରରେ ଏଗାରଟି ଅଗଣା ରହିଥିଲା । ଚଳିତ ଉଚ୍ଛେଦ ପୂର୍ବରୁ ମହନ୍ତଙ୍କ ଉପାସନା ଘର, ପୂଜାଘର,ରଘୁନାଥ ଜିଉ, ପତିତପାବନ, ଶ୍ରୀଲକ୍ଷ୍ମୀ, ସୀତା, ହନୁମାନ, ନୃସିଂହ ଆଦି ବିଗ୍ରହ ଏବଂ ଦୁଇଟି ରାମାନୁଜ ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons