କପିଲ ଦେବଙ୍କ ପତ୍ନୀ ହେବାକୁ ନେଲେ ୧୪କୋଟି । ବିଶ୍ୱାସ ନହେଲେ ବି ସତ । ଅଭିନେତ୍ରୀ ଦୀପିକା ପାଦୁକୋନ୍ ଏହି ଟଙ୍କା ନେଇଛନ୍ତି । ୧୯୮୩ ଭାରତୀୟ କ୍ରିକେଟ୍ ବିଶ୍ୱକପ୍ ବିଜେତାଙ୍କ ଉପରେ ନିର୍ମାଣ ହେଉଥିବା ସିନେମାରେ ‘୮୩’ରେ କପିଲ ଦେବଙ୍କ ଭୂମିକାରେ ରଣବୀର ଅଭିନୟ କରୁଥିବାବେଳେ ସିନେମାରେ ତାଙ୍କ ପତ୍ନୀଙ୍କ ଭୂମିକାରେ କିଏ ଅଭିନୟ କରିବ ସେ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ଶେଷରେ ଦୀପିକା କପିଲ ଦେବଙ୍କ ପତ୍ନୀ ରୋମି ଭାଟ୍ଟିଆ ଭୂମିକାରେ ଅଭିନୟ କରିବାକୁ ରାଜି ହୋଇଥିଲେ । ବଡ଼ କଥା ହେଲା ବିବାହ ପରେ ରଣବୀର-ଦୀପିକା ପ୍ରଥମ ଥର ପାଇଁ ଏହି ସିନେମା ଦୁହେଁ ସ୍ୱାମୀ-ସ୍ତ୍ରୀ ଭୂମିକାରେ ନଜର ଆସିବେ । ଦୀପିକା ପ୍ରଥମ ଏଥିରେ କାମ କରିବାକୁ ରାଜି ନଥିଲେ କିନ୍ତୁ ମୋଟା ଅଙ୍କର ଟଙ୍କା ମିଳିବା ପରେ ରଣବୀରଙ୍କ କଥାରେ ରାଜି ହୋଇ ହଁ ଭରିଥିଲେ ।
Comments are closed, but trackbacks and pingbacks are open.