ପଟ୍ଟାମୁଣ୍ଡାଇ : ଲୁଟ୍ ପରେ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବିରୋଧ କରିବାରୁ ପରିବାରର ୪ ସଦସ୍ୟଙ୍କୁ ହାଣିଛନ୍ତି ଦୁର୍ବୃତ୍ତ । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଙ୍କେସ୍ବର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗୁରୁତର ହେଲେ ହାଡିବନ୍ଧୁ ସାହୁ ଓ ପୁଅ ବାସୁଦେବ ସାହୁ । ଅନ୍ୟ ୨ ସଦସ୍ୟଙ୍କୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପ୍ରତିବାଦରେ କଟକ-ଚାନ୍ଦବାଲି ରାସ୍ତା ଭରତପୁର ଛକରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ।
ସୂଚନାଯେଗ୍ୟ ଯେ, ଗତକାଲି ରାତିରେ ଚୋରି କରିବାକୁ ବାଙ୍କେଶ୍ବର ଗାଁର ହାଡ଼ିବନ୍ଧୁ ସାହୁଙ୍କ ଘର ଗ୍ରୀଲ ତାଡି ପଶିଥିଲେ ଦୁର୍ବୁତ୍ତ । ତେବେ ପରିବାର ଲୋକେ ଜାଣିପାରି ବିରୋଧ କରିବାରୁ ପରିବାରର ୪ ଜଣ ସଦସ୍ୟଙ୍କୁ ହାଣିଛନ୍ତି ଦୁର୍ବୁତ୍ତ । ଗୁରୁତର ଅବସ୍ଥାରେ ହାଡ଼ିବନ୍ଧୁ ସାହୁ ଓ ପୁଅ ବାସୁଦେବ ସାହୁଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘରର ଦୁଇ ମହିଳାଙ୍କୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
Comments are closed, but trackbacks and pingbacks are open.