ସୁନ୍ଦରଗଡ: ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ପିଟି ପିଟି ମାରିଦେଲା ସ୍ବାମୀ । ଫାର୍ମ ହାଉସ ଭିତରୁ ମିଳିଲା ମୃତଦେହ । ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସୁବଳିଆ ନିକଟ ଫାର୍ମ ହାଉସରୁ ମିଳିଲା ମୃତେଦହ । ମୃତକଙ୍କ ପରିଚୟ ମିଳିପାରିନାହିଁ । ଝାରସୁଗୁଡାରୁ ଆସି ଏଠାରେ ଫାର୍ମ ହାଉସରେ କାମ କରୁଥିବା ସୂଚନା ମିଳିଛି । ହତ୍ୟାକାରୀ ସ୍ବାମୀ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ଘଟଣାସ୍ଥଳରେ ପହଞ୍ଚି ସଦର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.