ଜାହାଜରୁ ତେଲ କଢ଼ା ପ୍ରକ୍ରିୟା ଆରମ୍ଭ

Get real time updates directly on you device, subscribe now.

ବାଲୁଗାଁ: ଚିଲିକା ରାଜହଂସରେ ଲାଗିଥିବା ଜିନ ହ୍ୱା ଜାହାଜରୁ ଆଜିଠାରୁ ତେଲ କଢ଼ା ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ୱରରୁ ଆସିଥିବା ୭ଜଣିଆ ସାଲ୍‌ଭେଜ୍ ଟିମ୍ ଏହି ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି। ଚିଲିକା ନିକଟ ଭସାପୋଲ ଉପରେ ୪ଟି ଡ୍ରମ୍ ରଖାଯାଇଛି। ପ୍ରାୟ ୫୪୦ମିଟର ଲମ୍ବର ପାଇପ୍ ସଂଯୋଗ କରାଯାଇ ଜାହାଜରୁ ତେଲ କଢ଼ାଯାଉଛି। ଏହାପରେ ତେଲକୁ ସାତପଡ଼ା ସ୍ଥାନାନ୍ତର କରାଯିବା କୁହାଯାଉଛି।
ଗତକାଲି ଜାହାଜ ମାଲିକଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ନୋଟିସ ଜାରି କରାଯାଇଥିଲା। ୨ ଦିନ ମଧ୍ୟରେ ଜାହାଜରୁ ତେଲ ବାହାର କରିବା ସହ ୭ ଦିନ ମଧ୍ୟରେ ପୁରୀ ସମୁଦ୍ର କୂଳ ଛାଡ଼ିବାକୁ ନୋଟିସରେ ଉଲ୍ଲେଖ ରହିଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons