ଅଭିଯୋଗକାରୀଙ୍କ ମାର୍କ ଅନୁସାରେ ନିର୍ଣ୍ଣୟ ହେବ ଥାନାର ରିପୋର୍ଟ କାର୍ଡ

Get real time updates directly on you device, subscribe now.

ଭୁବନେଶ୍ୱର : ଅଭିଯୋଗକାରୀଙ୍କ ଫିଡ୍‌ବ୍ୟାକ୍‌ ଆଧାରରେ ପ୍ରସ୍ତୁତ ହେବ ପୁଲିସ ଥାନାର ରିପୋର୍ଟ କାର୍ଡ। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ମତକୁ ବିଚାରକୁ ନିଆଯିବ। ଥାନାରୁ କିଭଳି ସେବା ପାଇଲେ ତାର ମାର୍କ ଦେବେ ଅଭିଯୋଗକାରୀ। ଅଭିଯୋଗକାରୀଙ୍କ ମାର୍କ ଅନୁସାରେ ନିର୍ଣ୍ଣୟ ହେବ ଥାନାର ରିପୋର୍ଟ କାର୍ଡ।
ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନା ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଏବଂ ପ୍ରଶିକ୍ଷଣ କାଯ୍ର୍ୟକ୍ରମ ଅବସରରେ ଏହି ସୂଚନା ଦେଇଛନ୍ତି ପୁଲିସ ଡିଜି ବି.କେ.ଶର୍ମା। କଲ୍ ସେଣ୍ଟରରୁ ଫୋନ୍ କରି ଅଭିଯୋଗକାରୀଙ୍କ ମତ ସଂଗ୍ରହ କରାଯିବ। ଥାନାରୁ କିଭଳି ସେବା ପାଇଲେ ଅଭିଯୋଗକାରୀ ତାର ମାର୍କ ଦେବେ। ଏଥିପାଇଁ ଆଜି ହୋଇଥିବା ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ପ୍ରତ୍ୟେକ ଜିଲ୍ଲାର୨ ଜଣ ଲେଖାଏଁ ମାଷ୍ଟର ଟ୍ରେନରଙ୍କୁ ଡକାଯାଇଛି। ଇନ୍ସପେକ୍ଟର, ଡିଏସ୍‌ପି, ଏବଂ ଅତିରିକ୍ତ ଏସ୍‌ପି ରାଙ୍କର ଅଫିସରଙ୍କୁ ଏହି ଟ୍ରେନର ପ୍ରଶିକ୍ଷଣ ଦେଉଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons