ଭିସୁଟ୍ ରାଗିଂ ଘଟଣାରେ ରାଜ୍ୟପାଳଙ୍କୁ ଭେଟିଲା ଅଭିଭାବକ ସଂଘ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍) ରାଗିଂ ଘଟଣା ଥମିବାର ନାମ ନେଉନି । ଗତ ୨୩ ତାରିଖରେ ମାମଲା ଜାତୀୟ ମାନବ ଅଧିକାର ଆୟୋଗ (ଏନ୍ଏଚ୍ଆର୍ସି)ଙ୍କ ନିକଟରେ ପହଞ୍ଚିଥିବା ବେଳେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନିକଟରେ ଅଭିଯୋଗ କରିଛି ଓଡ଼ିଶା ଅଭିଭାବକ ମହାସଂଘ । ମହାସଂଘର ଅଧ୍ୟକ୍ଷ ବାସୁଦେବ ଭ; ରାଜ୍ୟପାଳଙ୍କୁ ଭେଟି ତାଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି । କର୍ତ୍ତବ୍ୟରେ ଅବହେଳା ପାଇଁ ଭିସୁଟ୍ରେ ବର୍ତ୍ତମାନ ଥିବା ଆଣ୍ଟି ରାଗିଂ ସେଲକୁ ସର୍ବନିମ୍ନ ଗୋଟିଏ ବର୍ଷ ପାଇଁ ବରଖାସ୍ତ କରିବାକୁ ଅନୁରୋଧ କରିଛନ୍ତି । ସେହିପରି ନିର୍ଦ୍ଧିଷ୍ଟ କିଛି ନିୟମ ରଖି ନୂଆ ରାଗିଂ ସେଲ୍ ଗଠନ କରିବା, କ୍ୟାମ୍ପସ୍ର ସବୁ ସ୍ଥାନରେ ସିସିଟିଭି ଲଗାଇବାକୁ ମହାସଂଘ ଦାବି କରିଛି । ସିସିଟିଭି ଥାଇ ମଧ୍ୟ ଏହାକୁ କେହି ଲକ୍ଷ୍ୟ କରୁନଥିବା ମହାସଂଘ ଅଭିଯୋଗ କରିଛି । ତେଣୁ ସିସିଟିଭି ଉପରେ ୨୪ ଘଣ୍ଟା ନଜର ରଖିବା ପାଇଁ ଆଇଟି କମ୍ପାନୀକୁ ଦାୟିତ୍ୱ ଦେବାକୁ ସେମାନେ ଦାବି କରିଛନ୍ତି ।
ରାଗିଂରେ ସମ୍ପୃକ୍ତ ସମସ୍ତ ଛାତ୍ରମାନଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କା ଜୋରିମାନା କରିବାକୁ ଦାବି କରିଛି ଓଡ଼ିଶା ଅଭିଭାବକ ମହାସଂଘ । ଜୋରିମାନା ଅଭିଭାବକଙ୍କଠୁ ଆଦାୟ କରିବା ସହିତ ତାଙ୍କ ନିକଟରୁ ଏକ ସତ୍ୟପାଠ (ଆଫିଡେଭିଟ୍) ନେବା, ଭିସୁଟ୍ କ୍ୟାମ୍ପସ୍ରେ ନୂଆ ଫାଣ୍ଡି ପ୍ରତିÂା କରିବାକୁ ମଧ୍ୟ ମହାସଂଘ ଦାବି କରିଛି । ଅଧ୍ୟକ୍ଷ ଶ୍ରୀ ଭ; କହିଛନ୍ତି ଓଡ଼ିଶାରେ ରାଗିଂର ସ୍ଥିତି ଉଦବେଗଜନକ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ରିପୋର୍ଟ କହୁଛି, ଦେଶର ୧୦ଟି ଶ୍ରେÂ ରାଗିଂ ପ୍ରବଣ ରାଜ୍ୟ ଭିତରୁ ଓଡ଼ିଶା ଅନ୍ୟତମ । ଗତ ସାଢେ଼ ୭ ବର୍ଷରେ ରାଗିଂ ନେଇ ରାଜ୍ୟରେ ୨୫୦ ଅଭିଯୋଗ ହୋଇଛି । ଆଉ ଏଥିରେ ଭିସୁଟ୍ ଏକ ନମ୍ବରର ଅପବାଦ ମୁଣ୍ଡାଇଛି । ଗତ ୨୨ ତାରିଖ ଘଟଣା ନିହାତି ଭାବେ ନିନ୍ଦନୀୟ । ଏହି ମାମଲାରେ ଜୁନିୟର୍ ଛାତ୍ରମାନଙ୍କର ମାନବାଧିକାର କ୍ଷୁଣ୍ଣ ହୋଇଛି । ତେଣୁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । ରାଜ୍ୟପାଳ ଭିସୁଟ୍ର କୁଳାଧିପତି ହୋଇଥିବାରୁ ଏଭଳି ସମ୍ବେଦନଶୀଳ ମାମଲାର ହସ୍ତକ୍ଷେପ କରି ଉଚିତ୍ ନ୍ୟାୟ ଦେବାକୁ ମହାସଂଘ ଦାବି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons