‘କାଶ୍ମୀର ଆୱାର’ ନାଁରେ ପାକ୍ର ଫ୍ଲପ୍ ସୋ’

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯିବାକୁ ବିରୋଧ କରି ପାକିସ୍ତାନରେ ଆଜି ‘ କାଶ୍ମୀର ଆୱାର’ ପାଳନ କରାଯାଇଛି । ଶୁକ୍ରବାର ଦିନ ୧୨ଟାରୁ ୧୨ଟା ୩୦ ଯାଏଁ ପାକିସ୍ତାନର ବିଭିନ୍ନ ଭାଗରେ ସରକାରଙ୍କ ଆହ୍ୱାନକ୍ରମେ ସରକାରୀ କର୍ମଚାରୀ ଓ ରାଜନୈତିକ ଦଳର କର୍ମୀମାନେ ରାସ୍ତାକୁ ଓହ୍ଲାଇଥିଲେ । ସେମାନେ ବିଭିନ୍ନ ସ୍ଥାନରେ ଅଧଘଣ୍ଟା ଧରି ଠିଆ ହୋଇ ରହିଥିଲେ । ଏହି ସମୟରେ ପାକିସ୍ତାନର ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ଏବଂ ଭାରତ ବିରୋଧରେ ନାରାବାଜି କରାଯାଇଥିଲା । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆହ୍ୱାନ କ୍ରମେ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କିନ୍ତୁ ଏଭଳି କାର୍ଯ୍ୟକ୍ରମକୁ ନେଇ ସେଠାକାର ଲୋକେ ଖୁସି ନାହାନ୍ତି ।
ରିପୋର୍ଟ ଅନୁଯାୟୀ, କାଶ୍ମୀର ଆୱାର ପାଳନ ପାଇଁ ଆଜି ଦେଶବ୍ୟାପୀ ସାଇରନ ବଜାଯାଇଥିଲା ଏବଂ ସାଧାରଣ ଲୋକଙ୍କୁ ନିଜ ଘର ଓ କାର୍ଯ୍ୟାଳୟ ବାହାରକୁ ଆସି ଅଧ ଘଣ୍ଟା ଯାଏଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ନିବେଦନ କରାଯାଇଥିଲା । ସ୍କୁଲରୁ ପିଲାମାନଙ୍କୁ ଜବରଦସ୍ତ ବାହାରକୁ ଯାଇ ର୍ୟାଲି କରିବାକୁ ନିଦେ୍ର୍ଧଶ ଦିଆଯାଇଥିଲା । ରେଳ ଚଳାଚଳ ବି ଗୋଟିଏ ମିନିଟ ପାଇଁ ବନ୍ଦ କରାଯାଇଥିଲା । ବ୍ୟାଙ୍କ, ଦୋକାନ, ବ୍ୟବସାୟିକ ପ୍ରତିÂାନଗୁଡିକ ବି କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ବିଭିନ୍ନ ମାର୍ଗରେ ଯାନବାହନ ଚଳାଚଳ ବି ରୋକାଯାଇଥିଲା । ଏହାଯୋଗୁ ସାଧାରଣ ଲୋକଙ୍କୁ ପ୍ରଚଣ୍ଡ ଖରାରେ ସିଝିବାକୁ ପଡିଥିଲା । ଏହାକୁ ନେଇ ସେଠାକାର ଲୋକେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ କିଛି ଲୋକ ପ୍ରଶ୍ନ କରୁଛନ୍ତି ଯେ ଏଭଳି କାର୍ଯ୍ୟକ୍ରମ ଯୋଗୁ କ’ଣ ଫାଇଦା ହେବ ତାହା ତ ପାକ୍ ସରକାର ପ୍ରକାଶ କରନ୍ତୁ । ସେହିପରି ଯାନବାହନ ଚଳାଚଳ ରୋକାଯିବାରେ କ୍ଷୁବ୍ଧ ଜଣେ ବ୍ୟକ୍ତି କହୁଛନ୍ତି କି ଆମକୁ ରୋକିଲେ କ’ଣ ହେବ? ମୋଦି ତ ଉପରେ ଉଡି କରି ପଳାଇବେ । ନିକଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ବାୟୁସୀମା ଉପର ଦେଇ ଫ୍ରାନ୍ସ ଗସ୍ତରେ ଯାଇଥିଲା । ଏହାକୁ ନେଇ ଉକ୍ତ ବ୍ୟକ୍ତି ଏଭଳି ପ୍ରତିକ୍ରିୟା ଦେଇଥିବାର ମନେ କରାଯାଉଛି ।
ପୁଣି ଯୁଦ୍ଧର ଧମକ ଦେଲେ ଇମ୍ରାନ
କାଶ୍ମୀର ଆୱାର ପାଳନ କରିବା ଅବସରରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ପୁଣି ଥରେ ଭାରତକୁ ଯୁଦ୍ଧର ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଯେପର୍ଯ୍ୟନ୍ତ କାଶ୍ମୀର ସ୍ୱାଧୀନ ନହେବ, ସେପର୍ଯ୍ୟନ୍ତ ଆମେ ସେମାନଙ୍କର ଏଭଳି ସାଥ୍ ଦେବୁ । ଇମ୍ରାନ ଅଭିଯୋଗ କରିଛନ୍ତି ଯେ ଭାରତରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏବେ କାୟା ବିସ୍ତାର କରିଛି । ଯଦି ଆନ୍ତର୍ଜାତିକ ସମୁଦାୟ ମୌଳବାଦୀ ମୋଦି ସରକାରକୁ ନରୋକିବେ, ତାହାହେଲେ ସମଗ୍ର ବିଶ୍ୱ ଉପରେ ଏହାର ପ୍ରଭାବ ପଡ଼ିବ । ଭାରତ ଆଜାଦ୍ କାଶ୍ମୀର( ପାକ୍ ଅଧିକୃତ କାଶ୍ମୀର) ଉପରେ କବ୍ଜା ପାଇଁ କିଛି ହରକତ କଲେ, ତାହାହେଲେ ପାକ୍ ସେନା ତାହାର ଦୃଢ଼ ଜବାବ ଦେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons