ମୋଦିଙ୍କ ନାଁ ଧରୁଧରୁ ପାକ୍ ମନ୍ତ୍ରୀଙ୍କୁ ଲାଗିଲା ଝଟ୍କା

Get real time updates directly on you device, subscribe now.

ଇସଲାମାବାଦ: ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରଶିଦ ଏକ ସଭାରେ ଭାଷଣ ଦେବା ସମୟର ଗୋଟିଏ ଭିଡିଓ ଆଜି ଖୁବ୍ ଭାଇରାଲ ହୋଇଛି । ଭିଡିଓଟିରେ ରସିଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଭାଷଣ ଦେଉଥିବା ସମୟରେ ହଠାତ୍ ଚମକି ପଡିଥିଲେ । ତାଙ୍କୁ କିଛି ଝଟ୍କା ଲାଗିବା ପରି ମନେ ହୋଇଥିଲା । ସେଠାରେ ଉପସ୍ଥିତ ଲୋକେ ଏହାକୁ ଦେଖି ହସିବାକୁ ଲାଗିଥିଲେ । ଏହାପରେ ରସିଦ ତାଙ୍କୁ କରେଣ୍ଟ( ବିଦୁ୍ୟତ୍ ଆଘାତ ) ମାରିବା ପରି ମନେ ହୋଇଥିବାର ପ୍ରକାଶ କରିବା ସହ ମୋଦି ଏହି କାର୍ଯ୍ୟକ୍ରମକୁ ବିଗାଡ଼ି ପାରିବେନି ବୋଲି କହିଥିଲେ । ପାକିସ୍ତାନର ଜଣେ ସମ୍ବାଦିକ ଏହି ଭିଡିଓଟିକୁ ନିଜ ଟୁଇଟରରେ ସେୟାର କରିବା ପରେ ଏହା ଖୁବ୍ ଭାଇରାଲ ହୋଇଛି । ରସିଦ୍ ଭାରତ ବିରୋଧୀ ବୟାନ ଦେଉଥିବାରୁ ତାଙ୍କ ସହ ଏପରି ହୋଇଥିବା ଅନେକ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଭାରତ ପାକ୍ ମଧ୍ୟରେ ଅକ୍ଟୋବର ଶେଷ ସୁଦ୍ଧା ଯୁଦ୍ଧ ହୋଇପାରେ ବୋଲି ସେ କିଛି ଦିନ ପୂର୍ବେ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons