ସେପ୍ଟେମ୍ବର ୧ରୁ ନୂଆ ଆୟକର ନିୟମ

Get real time updates directly on you device, subscribe now.

ନୂଆଦିଲ୍ଲୀ:ସାଧାରଣତଃ ଆୟକର ସଂକ୍ରାନ୍ତ ପରିବର୍ତ୍ତନଗୁଡିକ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହୋଇଥାଏ । କିନ୍ତୁ ଚଳିତ ଆର୍ଥିକବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଏ ବର୍ଷ ଜୁଲାଇ ମାସରେ ଉପସ୍ଥାପିତ ହୋଇଛି । ତେଣୁ ଏଥିରେ କରାଯାଇଥିବା ସଂଶୋଧନଗୁଡିକ ୨୦୧୯ ସେପ୍ଟେମ୍ବର ୧ରୁ କାର୍ଯ୍ୟକାରୀ ହେବ ।
କ’ଣ ଏହି ପରିବର୍ତ୍ତନ
-ସ୍ଥାବର ସମ୍ପତି କ୍ରୟରେ ଅତିରିକ୍ତ ଫି’ ଉପରେ ଟିଡିଏସ୍ । ଯେତେବେଳେ ଜଣେ ଏକ ସ୍ଥାବର ସମ୍ପ୍ରତି କ୍ରୟ କରୁଛନ୍ତି ସେତେବେଳେ କ୍ଲବ୍ ସଦସ୍ୟତା ଫି’, କାର ପାର୍କିଂ ଦେୟ, ବିଦୁ୍ୟତ୍ ଏବଂ ଜଳ ବିଲ୍ ଏଭଳି ଅନ୍ୟାନ୍ୟ ସୁବିଧା ପାଇଁ ତାଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିଥାଏ । ପ୍ରପର୍ଟି ମୂଲ୍ୟ ସହ ଏସବୁ ମିଶି ଟିଡିଏସ୍ ହିସାବ ହେବ ।
-ବର୍ଷକୁ ବ୍ୟାଙ୍କ ଆକାଉଣ୍ଟ ତଥା ଡାକଘରୁ ମୋଟ ଉଠାଣ ୧ କୋଟି ଟଙ୍କା ଅତିକ୍ରମ କଲେ ଏଥିରେ ଟିଡିଏସ୍ ଲାଗୁ ହେବ । ଅଧିକ ନଗଦ ଉଠାଣକୁ ରୋକି ଦେଶକୁ ନଗଦବିହୀନ ଅର୍ଥନୀତିରେ ରୂପାନ୍ତର କରିବା ଏହାର ଲକ୍ଷ୍ୟ ।
-ବ୍ୟକ୍ତିବିଶେଷ ତଥା ହିନ୍ଦୁ ଅବିଭକ୍ତ ପରିବାର ବିଭିନ୍ନ କାର୍ଯ୍ୟ ପାଇଁ ଠିକାଦାର ତଥା ଅନ୍ୟାନ୍ୟ ପ୍ରଫେସନାଲମାନଙ୍କୁ ବାର୍ଷିକ ୫୦ ଲକ୍ଷ ଟଙ୍କାରୁ ଅଧିକ ପେମେଣ୍ଟ କଲେ ଏହା ଉପରେ ୫ଧର ଟିଡିଏସ୍ କଟାଯିବ ।
-ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ଦ୍ଧାରିତ ପରିମାଣରୁ ଊଦ୍ଧ୍ୱର୍ ଆର୍ଥିକ କାରବାରକୁ ନେଇ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାନଗୁଡିକ ରିପୋର୍ଟ କରୁଥିଲେ । ୫୦,୦୦୦ କିମ୍ବା ତଦ୍ଧୁଦ୍ଧ୍ୱର୍ ମୂଲ୍ୟର ଆର୍ଥିକ କାରବାର କ୍ଷେତ୍ରରେ ଏମାନେ ରିପୋର୍ଟ କରୁଥିଲେ । କିନ୍ତୁ ନୂଆ ନିୟମରେ ଏହାକୁ ଉଠାଇ ଦିଆଯାଇଛି । ସେପ୍ଟେମ୍ବର ୧ରୁ ଛୋଟ ଛୋଟ ସନେ୍ଦହଜନକ ଟ୍ରାଞ୍ଜାକ୍ସନ୍କୁ ନେଇ ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡିକ ଆୟ କର ବିଭାଗକୁ ଜଣାଇବେ । ଆୟକର ରିଟର୍ଣ୍ଣ(ଆଇଟିଆର୍) ଯାଞ୍ଚ ବେଳେ ଏହି ତଥ୍ୟର ବ୍ୟବହାର ହେବ ।
-ନୂଆ ନିୟମ ଅନୁସାରେ ନିର୍ଦ୍ଧାରିତ ଡେଡ୍ଲାଇନ୍ ମଧ୍ୟରେ ଆଧାର ସହ ପାନ୍ ସଂଯୋଗ ହୋଇ ନ ଥିଲେ ବି ଏହାର ବୈଧତା ରହିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons