ଭୁବନେଶ୍ୱର : ବଢ଼ିଲା ଆଧାର ଲିଙ୍କର ସମୟ ସୀମା। ରାସନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧିକୁ ସେପ୍ଟେମ୍ୱର ୧୫ ତାରିଖ ଯାଏଁ ବଢାଇ ଦିଆଯାଇଛି। ଲିଙ୍କ କରିବା ପାଇଁ ଆଜି ଶେଷ ତାରିଖ ଥିବା ବେଳେ ସମୟ ସୀମାକୁ ରାଜ୍ୟ ସରକାର ବଢାଇ ଦେଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଫଳରେ ଯେଉଁମାନେ ଆଧାର ଲିଙ୍କ କରିପାରିନଥିଲେ, ସେମାନେ ନିଜ ନିଜ ଆଧାର ଏଣିକି ଲିଙ୍କ କରିପାରିବେ। ଏହି ଘୋଷଣା ପରେ ଆଶ୍ୱସ୍ତ ହୋଇଛନ୍ତି ଅନେକ ହିତାଧିକାରୀ।
ସୂଚନାରୁ ପ୍ରକାଶ, ରାଜ୍ୟରେ ୬ ଲକ୍ଷ ୫୦ ହଜାର ଭୂତ ରାସନକାର୍ଡ଼ଧାରୀ ଖାଦ୍ୟଶସ୍ୟ ଉଠାଉଛନ୍ତି। ଏନେଇ ଅଭିଯୋଗ ହେବା ପରେ ରାଜ୍ୟ ସରକାର ତତ୍ପର ହୋଇଛନ୍ତି। ପ୍ରକୃତ ହିତାଧିକାରୀ ଚୟନ ପାଇଁ ରାସନ୍କାର୍ଡ ସହିତ ଆଧାର ଲିଙ୍କ କରିବା ପାଇଁ ଘୋଷଣା କରିଛନ୍ତି। ହିତାଧିକାରୀଙ୍କ ଅବଗତି ନିମନ୍ତେ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦେବା ସହିତ ମାଇକ୍ରେ ପ୍ରଚାର କରାଯାଇଛି। ଏହା ସତ୍ତ୍ୱେ କେତେକ ହିତାଧିକାରୀ ଆଧାର ଲିଙ୍କ କରିନଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ରାଜ୍ୟ ସରକାର ଏହାର ଅବଧି ବଢ଼ାଇଛନ୍ତି।
Comments are closed, but trackbacks and pingbacks are open.