ନକଲି ଖଇନି କାରଖାନା ଠାବ

Get real time updates directly on you device, subscribe now.

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଏକ ନକଲି ଖଇନି କାରଖାନା ଠାବ ହୋଇଛି। ସେଠାରୁ ବିପୁଳ ପରିମାଣର ନକଲି ଖଇନି ସହ ନକଲି ବ୍ରାଣ୍ଡ୍‌ ଥିବା ପ୍ୟାକିଂ ଜରି ଓ ମେସିନ୍ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁସାରେ,କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ଼ ସହରରେ ଲଙ୍କେଶ୍ୱରୀ ଟୋବାକୋ କମ୍ପାନୀ ରହିଛି। ବନଦୁର୍ଗା ଟ୍ରେଡ୍‌ ମାର୍କ ଥିବା ପ୍ୟାକିଂ ଜରିକୁ ଏହି କମ୍ପାନୀ ଲାଇସେନ୍ସପ୍ରାପ୍ତ କରିଛି। ମାତ୍ର ଏହି ପ୍ୟାକିଂ ଜରିକୁ ନକଲି କରି ନବରଙ୍ଗପୁର ସହରର ଇଚ୍ଛାବତୀଗୁଡ଼ାର ଏକ ଭଡ଼ା ଘରେ ନକଲି ଖଇନି ପ୍ରସ୍ତୁତ କରାଯାଉଥିଲା। ଯାହାଫଳରେ ଗତ କିଛି ମାସ ଧରି ପ୍ରକୃତ କମ୍ପାନୀର ବ୍ୟବସାୟରେ ମାନ୍ଦାବାସ୍ଥା ଦେଖାଦେଇଥିଲା। ବିଶେଷକରି ନବରଙ୍ଗପୁର ଅଞ୍ଚଳରେ ବିକ୍ରି ପରିମାଣ କମିଯାଇଥିଲା। ଫଳରେ କମ୍ପାନୀ ମାଲିକଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା। ପ୍ରକୃତ ଘଟଣା କ’ଣ ସେନେଇ କମ୍ପାନୀ ମାଲିକ ଅନୁସନ୍ଧାନ ଆରମ୍ଭ କରିଥିଲେ। ଏହାପରେ ନବରଙ୍ଗପୁର ସହରରେ ନକଲି ଖଇନି ପ୍ରସ୍ତୁତ ହେଉଥିବା ନେଇ ସେ ଖବର ପାଇଥିଲେ। ଯାହାକୁ ନେଇ ସେ କିଛି ଦିନ ତଳେ ନବରଙ୍ଗପୁର ପୁଲିସ୍ ଷ୍ଟେସନରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୁଲିସ୍‌ ସହରର ଇଚ୍ଛାବତୀଗୁଡ଼ାସ୍ଥିତ ସମ୍ପୃକ୍ତ କମ୍ପାନୀରେ ଗତ କାଲି ରାତିରେ ଚଢ଼ଉ କରିଥିଲା। ସବୁଠୁ ବଡ଼ କଥା ହେଲା ଉଭୟ ଅସଲି ଓ ନକଲି କମ୍ପାନୀର ମାଲିକଙ୍କ ନାମ ସମାନ। ଯାହାର ଫାଇଦା ଉଠାଇଥିଲେ ନକଲି କମ୍ପାନୀ ମାଲିକ।
ଚଢ଼ଉ ସମୟରେ ଘଟଣାସ୍ଥଳରୁ ନକଲି ଖଇନି କମ୍ପାନୀର ମାଲିକ ଫେରାର ଥିବାବେଳେ ପୁଲିସ୍‌ ଉକ୍ତ କମ୍ପାନୀର ଜଣେ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons