ଭୁବନେଶ୍ୱର,(ବି.ବି.ବୁ୍ୟରୋ): କନିଷ୍ଠ ଓଏଏସ୍ ଅଫିସର ସ୍ତରରେ ରାଜ୍ୟ ସରକାର ବ୍ୟାପକ ଅଦଳବଦଳ କରିଛନ୍ତି। ବାମରାର ଅତିରିକ୍ତ ତହସିଲଦାର ଅବସ୍ଥାପିତ କୁଳମଣି ପଟେଲଙ୍କୁ ହେମଗିର ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ରଣପୁରର ଅତିରିକ୍ତ ତହସିଲଦାର ମାନସ ରାୟଙ୍କୁ ଝାରସୁଗୁଡା ସହକାରୀ କଲେକ୍ଟର ଭାବେ ବଦଳି କରାଯାଇଛି। ବିଷମ କଟକ ଅତିରିକ୍ତ ତହସିଲଦାର ସଶ୍ମୀତା କୁମାରୀ ଜେନାଙ୍କୁ କୋରାପୁଟ ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ସେହିପରି ଏଠାରେ ଅବସ୍ଥାପିତ ଥିବା ଗୀତାଞ୍ଜଳି ବେହେରାଙ୍କୁ ରାୟଗଡା ଆସିଷ୍ଟଣ୍ଟ କଲେକ୍ଟର ଭାବେ ବଦଳି କରାଯାଇଛି।
ଖୋର୍ଦ୍ଧା ଆସିଷ୍ଟାଣ୍ଟ କଲେକ୍ଟର ସ୍ମୃତି ରଞ୍ଜନ ମହାପାତ୍ରଙ୍କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ବଦଳି କରାଯାଇଛି। ନୂଆପଡା ଅତିରିକ୍ତ ତହସିଲଦାର ଅଶେଷ ବାଗଙ୍କୁ ଭବାନୀପାଟଣା ଅତିରିକ୍ତ ତହସିଲଦାର ଭାବେ ଦାୟିତ୍ୱ ନିର୍ବାହ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଝୁମ୍ପୁରା ଅତିରିକ୍ତ ତହସିଲଦାର ରୀମା ହାଁସଦାଙ୍କୁ ପାଟଣା ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ବାଲିଗୁଡା ଅତିରିକ୍ତ ତହସିଲଦାର ଦେବେନ୍ଦ୍ର କୁମାର ସାହୁଙ୍କୁ କନିସି ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି।
ନାକ୍ଟିଦେଉଳ ଅତିରିକ୍ତ ତହସିଲଦାର ଇଜୟୁସ୍ ବିନୟ କୁଲ୍ଲୁଙ୍କୁ ବଡଗାଁ ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ଭଦ୍ରକ ଆସିଷ୍ଟାଣ୍ଟ କଲେକ୍ଟର ରଞ୍ଜନ ବେହେରାଙ୍କୁ ବାରିପଦା ସବରେଜିଷ୍ଟ୍ରାର ଭାବେ ବଦଳି କରାଯାଇଛି। ଏଠାରେ ଅବସ୍ଥାପିତ ଥିବା ସତ୍ୟବାନ ନାୟକଙ୍କୁ ବାହାନଗା ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ସହରପଡା ଅତିରିକ୍ତ ତହସିଲଦାର ସାହେବରାମ ବାସ୍କେଙ୍କୁ ବାଙ୍ଗରିପୋଷୀ ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ଏଠାରେ ଅବସ୍ଥାପିତ ଥିବା କାର୍ତ୍ତିକ କୁମାର ଦାସଙ୍କୁ ବସ୍ତା ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ସେହିପରି ବସ୍ତାରେ ଅବସ୍ଥାପିତ ମୋହିନୀ କୁମାର ନାୟକଙ୍କୁ ସମାଖୁଣ୍ଟା ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ଏଠାରେ ଅବସ୍ଥାପିତ ଥିବା ତ୍ରିନାଥ କୁମାର ଦାସଙ୍କୁ ସହରପଡା ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି।
ପାଟଣାଗଡ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ କାର୍ୟ୍ୟରତ ଆସିଷ୍ଟାଣ୍ଟ କଲେକ୍ଟର ପଦ୍ମନାଭ ପୁରୋହିତଙ୍କୁ ଖପ୍ରାଖୋଲ ଅତିରିକ୍ତ ତହସିଲଦାର ଏବଂ ତହସିଲଦାର ଇନ-ଚାର୍ଜ ଭାବେ ଅବସ୍ଥାପିତ କରାଯାଇଛି। ଭଦ୍ରକ ଆସିଷ୍ଟାଣ୍ଟ କଲେକ୍ଟର ଦୀପକ କୁମାର ରାଉତଙ୍କୁ ଯାଜପୁର ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାର ଅନିତା କୁମାରୀ ସାହୁଙ୍କୁ ଫୁଲବାଣୀ ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। କନ୍ଧମାଳ ଆସିଷ୍ଟାଣ୍ଟ କଲେକ୍ଟର ଦିଲ୍ଲୀପ କୁମାର ସାହୁଙ୍କୁ କୁକୁଡାଖଣ୍ଡି ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି।
ଦେବଗଡ ଅତିରିକ୍ତ ତହସିଲଦାର ସୌଦାମିନୀ ନାୟକଙ୍କୁ କେନ୍ଦୁଝର ଆସିଷ୍ଟାଣ୍ଟ କଲେକ୍ଟର ଭାବେ ବଦଳି କରାଯାଇଛି। କେନ୍ଦୁଝର ଆସିଷ୍ଟାଣ୍ଟ କଲେକ୍ଟର ଶିବବ୍ରତ ତ୍ରିପାଠୀଙ୍କୁ ଦେବଗଡ ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ବୌଦ୍ଧ ଆସିଷ୍ଟାଣ୍ଟ କଲେକ୍ଟର ଚିତ୍ତରଞ୍ଜନ ପିଲାଙ୍କୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଲାଞ୍ଜିଗଡ ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକଙ୍କୁ ଟିଟିଲାଗଡ ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ମୋହନା ଅତିରିକ୍ତ ତହସିଲଦାର ପାର୍ବତୀ ମହାରଣାଙ୍କୁ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। କନ୍ଧମାଳ ଆସିଷ୍ଟାଣ୍ଟ କଲେକ୍ଟର ବିଜୟ କୁମାର ପ୍ରଧାନଙ୍କୁ ପାତ୍ରପୁର ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି।
କୁସୁମୀ ଅତିରିକ୍ତ ତହସିଲଦାର ତଥା ତହସିଲଦାର ଇନ-ଚାର୍ଜ ବିଶ୍ୱରଞ୍ଜନ କହଁରଙ୍କୁ ଛତ୍ରପୁର ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ଶଶାଙ୍କ ପାତ୍ରଙ୍କୁ ଭଞ୍ଜନଗର ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ଭୁବନେଶ୍ୱର ଅତିରିକ୍ତ ତହସିଲଦାର କବିରାଜ ପ୍ରଧାନଙ୍କୁ ଧରାକୋଟ ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ନୂଆପଡା ଆସିଷ୍ଟାଣ୍ଟ କଲେକ୍ଟର ସୁଶାନ୍ତ କୁମାର ବରାଳଙ୍କୁ କୁସୁମୀ ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ପାପଡାହାଣ୍ଡି ଅତିରିକ୍ତ ତହସିଲଦାର ମନୋଜକୁମାର ପାଣିଗ୍ରାହୀଙ୍କୁ ଲାଞ୍ଜିଗଡ ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ନବରଙ୍ଗପୁର ଆସିଷ୍ଟାଣ୍ଟ କଲେକ୍ଟର ମଧୁସୂଦନ ମାଝୀଙ୍କୁ ପାପଡାହାଣ୍ଡି ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ଭୁବନ ଅତିରିକ୍ତ ତହସିଲଦାର ସଶ୍ମିତା ବେହେରାଙ୍କୁ ଢେଙ୍କାନାଳ ଆସିଷ୍ଟାଣ୍ଟ କଲେକ୍ଟର ଭାବେ ବଦଳି କରାଯାଇଛି।
କାମାକ୍ଷାନଗର ଅତିରିକ୍ତ ତହସିଲଦାର ଅନୁପମା ମୁର୍ମୁଙ୍କୁ ଢେଙ୍କାନାଳ ଆସିଷ୍ଟାଣ୍ଟ କଲେକ୍ଟର ଭାବେ ବଦଳି କରାଯାଇଛି। ଏଠାରେ ଅବସ୍ଥାପିତ ଥିବା ସୀତାଂଶୁ ଶେଖର ଦାସଙ୍କୁ ଭୁବନ ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ଢେଙ୍କାନାଳ ଆସିଷ୍ଟାଣ୍ଟ କଲେକ୍ଟର ମନୋଜ କୁମାର ମାଝୀଙ୍କୁ କାମାକ୍ଷାନଗର ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। କର୍ଲାମୁଣ୍ଡା ଅତିରିକ୍ତ ତହସିଲଦାର ଶୁଭ୍ରାଂଶୁ ଶେଖର ପାଢୀଙ୍କୁ ପୁରୀ ଜଗନ୍ନାଥ ମନ୍ଦିର ଓଏସଡି ଭାବେ ବଦଳି କରାଯାଇଛି। କଣ୍ଟାପଡା ଅତିରିକ୍ତ ତହସିଲଦାର ପ୍ରେମାନନ୍ଦ ବେହେରାଙ୍କୁ କନିକା ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି। ଏଠାରେ ଅବସ୍ଥାପିତ ଥିବା ଶୁଭ୍ରାଂଶୁ ସାହୁଙ୍କୁ କଣ୍ଟାପଡା ଅତିରିକ୍ତ ତହସିଲଦାର ଭାବେ ବଦଳି କରାଯାଇଛି।
Comments are closed, but trackbacks and pingbacks are open.