ବହୁଳ ପ୍ରସାରିତ ମ୍ୟାଲେରିଆ ଔଷଧ ଆନୁବଂଶିକ ଓ ଜିନ୍ଗତ ବିକାର କାରଣରୁ ହେଉଥିବା ଶ୍ରବଣ ଶକ୍ତି ଲୋପରୁ ରକ୍ଷା କରିବ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ଆମେରିକାର କେସ୍ ୱେଷ୍ଟର୍ନ ରିଜର୍ଭ ୟୁନିଭର୍ସିଟିର ଗବେଷକମାନେ ଜେବ୍ରାଫିଶ୍ ସହିତ ସାଧାରଣରେ ବ୍ୟବହୃତ ମ୍ୟାଲେରିଆ ନିରୋଧୀ ଔଷଧ ଆର୍ଟିମିସିନିନ୍ ଉପରେ ଅଧ୍ୟୟନ କରିଥିଲେ । ଏହି ଔଷଧ ଆଭ୍ୟନ୍ତରୀଣ କାନରେ ଥିବା ସମ୍ବେଦନଶୀଳ କୋଷିକା ଚିହ୍ନଟ କରି ତା’ର ସ୍ୱତନ୍ତ୍ର ମାର୍ଗ ସାହାଯ୍ୟରେ ନିର୍ଦ୍ଦିଷ୍ଟ ମେମ୍ବ୍ରେନ୍କୁ ଆବଶ୍ୟକ ପ୍ରୋଟିନ୍ ପହଞ୍ଚାଇଥାଏ । ଏହା ଶ୍ରବଣ ଶକ୍ତି ସୁଧାର ଓ ପୁନର୍ଗଚ୍ଛିତ କରିବାରେ ସାହାଯ୍ୟ କରେ । ଆଭ୍ୟନ୍ତରୀଣ କାନରେ ଥିବା ସମ୍ବେଦନଶୀଳ କୋଷିକାର ବାହ୍ୟ ମେମ୍ବ୍ରେନ୍ରେ ପହଞ୍ଚୁଥିବା ପ୍ରୋଟିନ୍ ଉପରେ ଶବଣ ଦକ୍ଷତା ନିର୍ଭର କରେ । ଆନୁବଂଶିକ ବିକାର ଯୋଗୁଁ ପ୍ରୋଟିନ୍ରେ ନିର୍ଦ୍ଦିଷ୍ଟ ପ୍ରକାର ଦଖଲ ହେବା କାରଣରୁ ମେମ୍ବ୍ରେନ୍କୁ ପ୍ରୋଟିନ୍ ପହଞ୍ଚିପାରେ ନାହିଁ । ଆଭ୍ୟନ୍ତରୀଣ କେଶର ସମ୍ବେଦନଶୀଳ କୋଷିକା କେଶ ଭଳି ଅଂଶ ଦ୍ୱାରା ଅବରୋଧ ହୋଇଯାଏ, ଯାହାକୁ କେଶ କୋଷିକା କୁହାଯାଏ । ପ୍ରୋସିଡିଂସ ଅଫ୍ ନ୍ୟାସନାଲ ଏକାଡେମି ଅଫ୍ ସାଇନ୍ସେଜ୍ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡ଼ିଲା, ଆର୍ଟିମିସିନିନ୍ ଔଷଧ ଆଭ୍ୟନ୍ତରୀଣ କାନର କୋଷିକା କାର୍ଯ୍ୟକଳାପକୁ ପୁନର୍ଗଚ୍ଛିତ କରେ ।
Comments are closed, but trackbacks and pingbacks are open.