ଓଡ଼ିଶାରୁ ହଜିଯିବ ୪୦୦ ଏଟିଏମ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟର କୋଣ ଅନୁକୋଣରେ ବ୍ୟାଙ୍କ ଉପସ୍ଥିତି ସୁଦୃଢ଼ ପାଇଁ ବାରମ୍ବାର ଗୁରୁତ୍ୱ ଦେଇ ଆସୁଥିବା ଓଡ଼ିଶାର ବ୍ୟାଙ୍କିଙ୍ଗ୍ ନେଟ୍ୱର୍କ ଦୁର୍ବଳ ହୋଇଯିବ । ବ୍ୟାଙ୍କିଙ୍ଗ୍ ନେଟ୍ୱର୍କରୁ ହଜିଯିବ ୩୦୦ରୁ ୪୦୦ ଏଟିଏମ୍ । ପାଖାପାଖି ୧୦୦ ବ୍ୟାଙ୍କ ଶାଖା ବି ବନ୍ଦ ହୋଇଯିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମେଗା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମ୍ମିଶ୍ରଣ ନିଷ୍ପତ୍ତି ଏଭଳି ଆଶଙ୍କା ସୃଷ୍ଟି କରିଛି ।
ଦେଶକୁ ୫ ଟ୍ରିଲିୟନ ଡଲାର (୩୫୦ ଲକ୍ଷ କୋଟି ଟଙ୍କା)ର ଅର୍ଥନୀତି ଦିଗରେ ଆଗେଇ ନେବା ସହ ବ୍ୟାଙ୍କିଙ୍ଗ୍ ସ୍ଥିତିରେ ସୁଧାର ଆଣିବା ଲକ୍ଷ୍ୟରେ ସୀତାରମଣ ଅଗଷ୍ଟ ୩୦ରେ ମେଗା ବ୍ୟାଙ୍କ ମିଶ୍ରଣ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁସାରେ, ୧୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମ୍ମିଶ୍ରଣ ଘଟି ୪ଟି ବୃହତ ବ୍ୟାଙ୍କରେ ପରିଣତ ହେବେ ।
ଯଦିଓ ମେଗା ସମ୍ମିଶ୍ରଣ ନିଷ୍ପତ୍ତି ବ୍ୟାଙ୍କଗୁଡ଼ିକର ବ୍ୟବସାୟ କଳେବର ବଢ଼ାଇବ ଓ ଟେକ୍ନୋଲୋଜି ଦୃଷ୍ଟିକୋଣରୁ ମଜଭୁତ କରିବ, କିନ୍ତୁ ସେମାନଙ୍କ ଏଟିଏମ୍ ଓ ବ୍ୟାଙ୍କ ଶାଖାକୁ ବହୁ ପରିମାଣରେ କମାଇଦେବ ବୋଲି କିଛି ବ୍ୟାଙ୍କ ଅଧିକାରୀ ମତ ଦେଇଛନ୍ତି । ସେମାନଙ୍କ କହିବା କଥା ହେଲା, ସମ୍ମିଶ୍ରଣ ହେବାକୁ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର କିଛି ସମାନ ସ୍ଥାନରେ ନିଜ ନିଜର ଶାଖା ଓ ଏଟିଏମ୍ ରହିଛି । ମିଶ୍ରଣ ପରେ ନୂଆ ବ୍ୟାଙ୍କର ସେହି ସମାନ ସ୍ଥାନରେ ଏକାଧିକ ଶାଖା ଓ ଏଟିଏମ୍ ଆବଶ୍ୟକ ପଡ଼ିବ ନାହିଁ । ଗୋଟିଏ ଲେଖାଏଁ ଶାଖା କିମ୍ବା ଏଟିଏମ୍କୁ ଛାଡ଼ି ଅନ୍ୟଗୁଡ଼ିକ ବନ୍ଦ ହୋଇଯିବାଟା ନିଶ୍ଚିତ ।
ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବରିÂ ବ୍ୟାଙ୍କ ଅଧିକାରୀ କହିଛନ୍ତି, ଓଡ଼ିଶାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପ୍ରାୟ ୬୦-୬୫ଧ ଏଟିଏମ୍ ସହରାଞ୍ଚଳ ଓ ଅର୍ଦ୍ଧ-ସହରାଞ୍ଚଳରେ ରହିଛି । ସେହିପରି ପ୍ରାୟ ୫୦-୫୫ଧ ଶାଖା ବି ଏସବୁ ଅଞ୍ଚଳରେ ଅଛି । ଏଣୁ ମେଗା ବ୍ୟାଙ୍କ ସମ୍ମିଶ୍ରଣ ପ୍ରଭାବରୁ ସହରାଞ୍ଚଳ ଓ ଅର୍ଦ୍ଧ-ସହରାଞ୍ଚଳରେ ଥିବା ଓଡ଼ିଶାର ପ୍ରାୟ ୨୦-୩୦ଧ ଏଟିଏମ୍ ବନ୍ଦ ହୋଇଯିବ ବୋଲି ଆଶଙ୍କା କରାଯାଉଛି । ୫ରୁ ୧୦ଧ ବ୍ୟାଙ୍କ ଶାଖା ବି ହଟିଯାଇପାରେ ।
ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ଏଲ୍ବିସି) ଏଜେଣ୍ଡା ରିପୋର୍ଟ ମୁତାବକ, ୨୦୧୮ ଡିସେମ୍ବର ସୁଦ୍ଧା ରାଜ୍ୟରେ ୬,୭୬୭ ଏଟିଏମ୍ ରହିଛି । ଏଥିରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ୫,୩୯୭ଟି ଏଟିଏମ୍ । ସମ୍ମିଶ୍ରଣ ହେବାକୁ ଥିବା ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ନିକଟରେ ଅଛି ୧,୩୭୦ଟି ଏଟିଏମ୍ । ବ୍ୟାଙ୍କ ଅଧିକାରୀଙ୍କ ହିସାବ ମୁତାବକ, ଏହି ଏଟିଏମ୍ଗୁଡ଼ିକରୁ ପ୍ରାୟ ୩୦୦ରୁ ୪୦୦ ଏଟିଏମ୍ ବନ୍ଦ ହେବାର ବହୁ ଆଶଙ୍କା ରହିଛି ।
ସେହିପରି ଗତବର୍ଷ ଶେଷ ସୁଦ୍ଧା ଓଡ଼ିଶାରେ ମୋଟ ୫,୧୨୧ଟି ବ୍ୟାଙ୍କ ଶାଖା ରହିଛି । ତନ୍ମଧ୍ୟରୁ ୩,୧୫୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର । ସେଥିରୁ ୧,୨୪୪ଟି ଶାଖା ମିଶ୍ରଣ ହେବାକୁ ଥିବା ବ୍ୟାଙ୍କ ନିକଟରେ ରହିଛି । ଏଣୁ ଏହି ଶାଖାଗୁଡ଼ିକରୁ ପାଖାପାଖି ଶହେ ବ୍ୟାଙ୍କ ଶାଖାରେ ବି ତାଲା ପଡ଼ିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।
ଅପରପକ୍ଷରେ ବ୍ୟାଙ୍କ ସମ୍ମିଶ୍ରଣ କାରଣରୁ ଜଣେ ହେଲେ ବି କର୍ମଚାରୀ ଛଟେଇ ହେବେ ନାହିଁ ବୋଲି ଅର୍ଥମନ୍ତ୍ରୀ ସୀତାରମଣ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ବହୁ କର୍ମଚାରୀଙ୍କୁ ପୁନଃ ଅବସ୍ଥାପିତ କରାଯାଇପାରେ । ଅର୍ଥାତ୍ ସେମାନଙ୍କୁ ଗୋଟିଏ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ବଦଳି କରାଯିବାର ଅଧିକ ସମ୍ଭାବନା ରହିଛି ବୋଲି ଅନ୍ୟ ଜଣେ ବ୍ୟାଙ୍କ ଅଧିକାରୀ କହିଛନ୍ତି । ହଜିଯିବ ୪୦୦ ଏଟିଏମ୍

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons