ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସିବେ । ସେପ୍ଟେମ୍ବର ୨୭ ଓ ୨୮ ଦୁଇ ଦିନିଆ ଗସ୍ତରେ ଆସି ଏକ ଶିକ୍ଷାନୁÂାନର କାର୍ଯ୍ୟକ୍ରମରେ ଯୋଗଦେବେ । ୨୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚି ରାଷ୍ଟ୍ରପତି ରାଜଭବନରେ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସୁରକ୍ଷା ବ୍ୟବସ୍ଥାଠୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ବିଭିନ୍ନ ବିଭାଗକୁ କୁହାଯାଇଛି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ । ଗତବର୍ଷ ଆଇଆଇଟି ସମାବର୍ତ୍ତନ ସମାରୋହରେ ସେ ଯୋଗଦେବାକୁ ଓଡ଼ିଶା ଆସିଥିଲେ ।


Comments are closed, but trackbacks and pingbacks are open.