ଡେବିଟ୍ କାର୍ଡକୁ ଟପିଲା ୟୁପିଆଇ କାରବାର

Get real time updates directly on you device, subscribe now.

ନୂଆଦିଲ୍ଲୀ:ୟୁନିଫାଏଡ୍ ପେମେଣ୍ଟ୍ସ ଇଣ୍ଟର୍ଫେସ୍(ୟୁପିଆଇ)ରେ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ଡେବିଟ୍ କାର୍ଡକୁ ଅତିକ୍ରମ କରିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଏହାର ବାର୍ଷିକ ରିପୋର୍ଟରେ ପ୍ରକାଶ କରିଛି ।
ରିପୋର୍ଟ ଅନୁସାରେ ୨୦୧୮-୧୯ରେ ଡେବିଟ୍ କାର୍ଡ ତୁଳନାରେ ୟୁପିଆଇ ଟ୍ରାଞ୍ଜାକ୍ସନ୍ ୧.୨ ଗୁଣ ଅଧିକ ରହିଛି । ଆଲୋଚ୍ୟ ବର୍ଷରେ ଡେବିଟ୍ କାର୍ଡରେ ୪୪୧ କୋଟି ସଂଖ୍ୟକ କାରବାର ହୋଇଥିବାବେଳେ ୟୁପିଆଇରେ ଏହା ୫୩୫ କୋଟି ରହିଛି । ପ୍ରଥମ ଥର ପାଇଁ ଡେବିଟ୍ କାର୍ଡକୁ ଅତିକ୍ରମ କରିଛି ୟୁପିଆଇ ଟ୍ରାଞ୍ଜାକ୍ସନ୍ । ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଗ୍ରାହକଙ୍କ ପସନ୍ଦ ୟୁପିଆଇକୁ ବଦଳିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୟୁପିଆଇ ଏବଂ ଡେବିଟ୍ କାର୍ଡ ସହ ନ୍ୟାସ୍ନାଲ ଇଲେକ୍ଟେ୍ରାନିକ୍ ଫଣ୍ଡ୍ ଟ୍ରାନ୍ସଫର(ଏନ୍ଇଏଫ୍ଟି), ଇ-ୱାଲେଟ୍, ଇଣ୍ଟର୍ନେଟ୍ ବ୍ୟାଙ୍କିଙ୍ଗ ଆଦି ଇ-ପେମେଣ୍ଟର ପସନ୍ଦଯୋଗ୍ୟ ବିକଳ୍ପ ପାଲଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
୩ ବର୍ଷ ହେଲା ୟୁପିଆଇ ପେମେଣ୍ଟ ମୋଡ୍ ଆସିଥିବାବେଳେ କମ୍ ସମୟରେ ଏହା ଆଖିଦୃଶିଆ ସଫଳତା ହାସଲ କରିଛି । ୨୦୧୭-୧୮ରେ ୯୧.୫୨ କୋଟି ସଂଖ୍ୟକ ୟୁପିଆଇ ଟ୍ରାଞ୍ଜାକ୍ସନ ହୋଇଥିଲା । ସମାନ ସମୟରେ ୩୩୪ କୋଟି ଡେବିଟ୍ କାର୍ଡ କାରବାର ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons