ମୋହନା, (ବି.ବି.ନୁ୍ୟଜ୍): ମଙ୍ଗଳବାର ମୋହନା ଥାନା ଅନ୍ତର୍ଗତ ବେତରସିଂ ଓ ଦେଉଳଖଣି ଛକ ମଧ୍ୟରେ ଥିବା ଏକ ପୋଲରୁ ୨୦ଫୁଟ୍ ତଳକୁ ଗୋଟିଏ ବୋଲେରୋ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବୋଲେରୋ ଚାଳକ ଅଡ଼ବା ଥାନା ଅଧୀନ ପାଲକୁଆ ଗ୍ରାମର ସଞ୍ଜୟ ରାଇକା(୨୨) ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ମଙ୍ଗଳବାର ସକାଳେ ବୋଲେରୋ ଭିତରୁ ସଞ୍ଜୟକୁ ଉଦ୍ଧାର କରି ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
ସୂଚନା ଅନୁଯାୟୀ, ସଞ୍ଜୟ ବୋଲେରୋ(ଓଡି ୦୭ ୟୁ ୮୨୩୧) ନେଇ ମୋହନା ଅଞ୍ଚଳରୁ ବଡ଼ଗଡ଼ ଅଞ୍ଚଳକୁ ଯାଉଥିଲେ । ହେଲେ, ସୋମବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବେତରସିଂ ଓ ଦେଉଳଖଣି ଛକ ମଧ୍ୟରେ ଥିବା ପୋଲ ଉପରୁ ୨୦ଫୁଟ ତଳକୁ ଖସି ଓଲଟି ପଡ଼ିିଥିଲା । ସଞ୍ଜୟ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ । ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ଦୁର୍ଘଟଣା ସମ୍ପର୍କରେ ଜାଣି ସେଭିତରୁ ସଞ୍ଜୟଙ୍କୁ ଉଦ୍ଧାର କରିଥିଲେ । ଗାଡ଼ିର କବାଟ ଭାଙ୍ଗି ଭଞ୍ଜୟଙ୍କୁ ଗୁରୁତର ଅବସ୍ଥାରେ ବୋଲେରୋ ଭିତରୁ ବାହାର କରାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ପରେ ତାଙ୍କୁ ମୋହନା ଡାକ୍ତରଖାନାକୁ ନିଆଯାଇଥିଲା । ଖବର ପାଇ ପୁଲିସ ଘଟଣସ୍ଥଳରେ ପହଞ୍ଚô ଦମକଳ ବାହିନୀ ସହାୟତାରେ ବୋଲେରୋକୁ ଉପରକୁ ଉଠାଯାଇଥିଲା ।
Comments are closed, but trackbacks and pingbacks are open.